Home ଜିଲ୍ଲା ପରିକ୍ରମା ବିଷାକ୍ତ ଖାଦ୍ୟ ଖାଇ ତିନି ଭାଇଭଉଣୀ ଙ୍କ ମୃତ୍ୟୁ,ଦୁଇଜଣ ଗୁରୁତର,ଡାକ୍ତରରୀ ଦଳ ଓ ପୁଲିସ ଘଟଣାସ୍ଥଳରେ...

ବିଷାକ୍ତ ଖାଦ୍ୟ ଖାଇ ତିନି ଭାଇଭଉଣୀ ଙ୍କ ମୃତ୍ୟୁ,ଦୁଇଜଣ ଗୁରୁତର,ଡାକ୍ତରରୀ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତି ଅନୁଧ୍ୟନ କଲେ

123

ମାଲକାନଗିରି,୧୫ା୧୦(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଉଡୁପା ପଚାଂୟତ କାଚେଲି ଆଦିବାସୀ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବିଷାକ୍ତ ଖାଦ୍ୟଖାଇ ଗୋଟିଏ ପରିବାରରୁ ତିନିଜଣ ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁଚତର ରହିଛି । ଏପରି ଅଭାବନୀୟ ଘଟଣା କାଚେଲି ଗ୍ରାମର ପାଣ୍ଡ୍ରୁ ମାଢି(୪୫) ଙ୍କର ଘରେ ଘଟିଯାଇଛି । ପାଣ୍ଡ୍ରୁମାଡି ଙ୍କର ସ୍ତ୍ରୀ ଓ ଛୁଆପିଲାଙ୍କୁ ଲଗାଇ ୧୨ପ୍ରାଣୀ କୁଟୁମ୍ବ,ବୁଧବାର ଦିନ ତାଙ୍କ ଘରେ ଜଙ୍ଗଲର କନ୍ଦା,ବାଉଁସକରଡି,ଭେଣ୍ଡାସାଗ,ପେଜ ରନ୍ଧା ହୋଇଥିଲା । ସେହି ଖାଦ୍ୟକୁ ପାଣ୍ଡ୍ରୁ ମାଢିଙ୍କ ପତ୍ନୀ ଭିମେ ମାଢି(୩୫),ଝିଅ ଶୁକାନ୍ତୀ ମାଢି(୧୨),ଅଜଂଳୀ ମାଢି(୮),ମାଳତୀ ମାଢି(୨),ପୁଅ ଶୀତାରାମ ମାଢି(୧୧) ଖାଇଥିଲେ । ସେମାନେ ଖାଇବାର କିଛିସମୟ ମଧ୍ୟରେ ଝାଡି ବାନ୍ତିକରିବାକୁ ଲାଗିଲେ । ସେମାନଙ୍କ ଝାଡା ବନ୍ତି ବନ୍ଦ ନହେବାରୁ କିଏ ଦୃଷ୍ଠିକରିଦେଇଛି ଭାବି ନିକଟସ୍ଥ ଗ୍ରାମର ଦୁଶାରୀଙ୍କ ନିକଟକୁ ନେଇ ଝଡା ଫୁଙ୍କା କରି ଘରକୁ ଫେରିଥିଲେ । ବୁଧବାର ମଧ୍ୟରାତ୍ରରେ ଶୁକାନ୍ତି ମାଢି ଓ ଶୀତାରାମ ମାଢିଙ୍କର ମୃତ୍ୟୁଘଟିଥିଲା । ଲାଗ ଲାଗ ଦୁଇଟି ପିଲାଙ୍କର ମୃତ୍ୟୁ ହୋଇଯିବା ଦେଖି ପାଣ୍ଡ୍ରୁ ମାଢି ଗ୍ରାମବାସୀଙ୍କ ସହାୟତାରେ ପତ୍ନୀ ଭିମେ ମାଢି,ଝିଅ ଅଜଂଳୀ ମାଢି,ମାଳତୀ ମାଢିଙ୍କୁ ଆଜି ଭୋରରୁ ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସାନିମନ୍ତେ ନେଇଥିଲେ । ହସପିଟାଲରେ ପହଁଚିବା ପରେ ଅଜଂଳୀ ମାଢିଙ୍କର ମୃତ୍ୟୁଘଟିଥିଲା । ଗୁରୁତର ଅବସ୍ଥାରେ ଭିମେ ମାଢି ଓ ମାଳତୀ ମାଢି ଏ ସଂପର୍କରେ ଜିଲ୍ଲାପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ଜାଣିବାପରେ ପଦ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନୁପମଜେନା,ଡାକ୍ତର ଜ୍ୟୋତି ରଜଂନ ନାୟକ,ପାଣ୍ଡ୍ରୀପାଣି ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତରରୀ ଟିମ ଆଜି ସକାଳେ କାଚେଲି ଗ୍ରାମରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରି ଘରେ ଥିବା କୌଶଲ୍ୟା ମାଢି(୧୫)ବଳରାମ ମାଢି(୫),ରାମ ମାଢି(୨)ଙ୍କ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ଆଜି ସକାଳେ ମାଲକାନଗିରି ଜିଲ୍ଲା ହସପିଟାଲକୁ ପଠାଇ ପାଣ୍ଡ୍ରୁ ମାଢିଙ୍କ ଘରେ ଥିବା ରନ୍ଧାଖାଦ୍ୟର ନମୁନା ସଂଗ୍ରହ କରିଥିଲେ । ଆଜି ସକାଳେ ମାଲକାନଗିରି ଥାନାଅଧିକାରୀ ରାମପ୍ରସାଦ ନାଗ ଉକ୍ତଗ୍ରାମରେ ପହଁଚି ମୃତଶରୀର ଜବତ କରି ମାଲକାନଗିରି ହସପିଟାଲକୁ ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ପାଣ୍ଡ୍ରୁ ମାଢିଙ୍କ ଏକା ସଙ୍ଗେ ତିନୋଟି ସନ୍ତାନ ମୃତ୍ୟୁ ଘଟିବାରୁ ତାଙ୍କ ଆଖିରୁ ଲୁହଶୁଖୁ ନାହିଁ ।ହସପିଟାଲ ବେଡରେ ମା ଓ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାରୁ ପାଣ୍ଡ୍ରୁ ସେମାନଙ୍କ ନିକଟରେ ରହିବ ନା ମୃତ ପିଲାମାନଙ୍କର ଶବସ୍କାର କରିବ ସେ କଣକରିବ ସେ କଥା ଚିନ୍ତାକରି ପାଗଳପ୍ରାୟ ହୋଇଗଲେଣି । ଏ ସଂପର୍କରେ ଆମେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପି.କେ.ନନ୍ଦଙ୍କ ସହିତ ଯୋଗାଯୋଗ କରିଥିଲୁ ସେ କହିଥିଲେ କାଚେଲି ଗ୍ରାମରେ ଖାଦ୍ୟଖାଇ ତିନିଜଣ ପିଲାଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ଗାଁରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ପହଁଚି ଖାଦ୍ୟର ନମୁନା ସଂଗ୍ରହକରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଖାଦ୍ୟନମୁନା ଗୁଡିକ ଭୁବନେଶ୍ୱର ଗବେଷଣାଗାରକୁ ପରୀକ୍ଷା ନିମନ୍ତେ ପାଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ଖାଦ୍ୟବିଷାକ୍ତ ଥିଲାକି ନାହିଁ ଜଣାପଡିବ । ସୁଚନା ଥାଉକି ଗତ କିଛିମାସତଳେ ପେଡାକୋଣ୍ଡା ପଚାଂୟତରେ ଅଚିହ୍ନାରୋଗରେ କିଛି ଲୋକଙ୍କର ମୃତ୍ୟୁଘଟିଥିଲା । ସେ ଘଟଣା ଲୋକମାନଙ୍କ ମନରୁ ନ ଭୁଲୁଣୁ ପୁଣି କାଚେଲି ଗ୍ରାମରେ ତିନିଜଣ ପିଲାଙ୍କର ମୃତ୍ୟୁ ହେବାର ଦେକି ଗ୍ରାମବାସୀ ମାନେ ଭୟଭିତ ହୋଇପଡିଛନ୍ତି । କେତକ ଆଦିବାସୀ ଗ୍ରାମବାସୀ ନିଜଘରକୁ ସୁର କ୍ଷିତ ରଖିବା ପାଇଁ ଦିଶାରୀ ଗୁଣିଆଙ୍କ ଦ୍ୱାରାସ୍ଥ ହୋଇ ନିଜ ଛୁଆପିଲାମାନଙ୍କୁ ଝଡା ଫୁଙ୍କା କରୁଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.