Home Coronavirus Outbreak ବିଶ୍ୱର ସାଢ଼େ ୪ କୋଟି ଓଡ଼ିଆଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ବିଶ୍ୱର ସାଢ଼େ ୪ କୋଟି ଓଡ଼ିଆଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

164

ଭୁବନେଶ୍ୱର ୩୦-୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନରେ ଆଜି ସନ୍ଧ୍ୟା ସାଢ଼େ ପାଞ୍ଚଟା ସମୟରେ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ରହିଥିବା ସମସ୍ତ ଓଡ଼ିଆ ସମବେତ କଣ୍ଠରେ ଗାଇଥିଲେ ‘ବନ୍ଦେ ଉତ୍କଳ ଜନନୀ’। ଏହା ଥିଲା କୋଭିଡ ଯୋଦ୍ଧାଙ୍କର ତ୍ୟାଗକୁ ସମ୍ମାନ ଜଣାଇବା। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱର କୋଣ ଅନୁକୋଣରେ ଥିବା ସାଢ଼େଚାରିକୋଟି ଓଡ଼ିଆଙ୍କୁ ଦୃଦୟରୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏ ନେଇ ଟ୍ୱିଟ୍ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତିଯେ, “ବିଶ୍ୱର କୋଣଅନୁକୋଣରେ ଥିବା ସାଢ଼େ ୪ କୋଟି ଓଡ଼ିଆ ସାଢେ ୪ ମିନିଟ ଧରି #BandeUtkalaJanani ଗାନ କରି ଆମ କୋଭିଡ ଯୋଦ୍ଧାଙ୍କ ପ୍ରତି ଜଣାଇଥିବା ସମ୍ମାନ ବାସ୍ତବ ପକ୍ଷେ ଭାବ ଉଦ୍ରେକ। ଏହା ହିଁ ଆମ ଓଡ଼ିଆ ସ୍ୱାଭିମାନ, ଆମ ଓଡ଼ିଆ ଏକତାର ପରିଚୟ। ସମସ୍ତଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.