Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସମାଜସେବୀ ଅଜିତ୍ ଚାନ୍ଦଙ୍କ ସ୍ମୃତି ସମାରୋହ, ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ‘ସ୍ମୃତିରେ ଅଜିତ୍‌’ ପୁସ୍ତକ...

ବିଶିଷ୍ଟ ସମାଜସେବୀ ଅଜିତ୍ ଚାନ୍ଦଙ୍କ ସ୍ମୃତି ସମାରୋହ, ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ‘ସ୍ମୃତିରେ ଅଜିତ୍‌’ ପୁସ୍ତକ ଲୋକାର୍ପିତ

35

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଜଣେ ଭଲମଣିଷର ପରିଚୟ ତାର ମୃତ୍ୟୁ ପରେ ସ୍ପଷ୍ଟ ଭାବେ ବାରି ହୋଇପଡିଥାଏ । କାହିଁକି ନା ତାର ସୁକର୍ମ ହିଁ ସାମାଜିକ ସ୍ତରରେ ପ୍ରସ୍ଫୁଠିତ ମଲ୍ଲୀ ଫୁଲର ବାସ୍ନା ବିଞ୍ôଚ ଦେଇଥାଏ । ସମାଜସେବୀ ସ୍ୱର୍ଗତଃ ଅଜିତ୍ ଚାନ୍ଦ ଥିଲେ ସେହିଭଳି ଜଣେ ସୁପୁରୁଷ । ମୋଟ ଉପରେ କର୍ମ ହିଁ ଥିଲା ତାଙ୍କର ମୂଳ ମନ୍ତ୍ର । ଏକାଧାରାରେ ଛାତ୍ର, ଯୁବକ ଅବସ୍ଥା ସହ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଚାକିରୀ, ସାମାଜିକ ଓ ଧର୍ମ କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରି ଜଣେ କୀର୍ତ୍ତିମାନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଥିଲେ ବୋଲି ତାଙ୍କର ଏକାଦଶାହ ସ୍ମୃତିସଭାରେ ପୂର୍ବତନ ପୌରପାଳ ମାନସ ମହାନ୍ତିଙ୍କ ରଚିତ ‘ସ୍ମୃତିରେ ଅଜିତ୍‌’ ଲୋକାର୍ପଣ କରି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ୰ ଚାନ୍ଦଙ୍କର ଜନ୍ମ ୧୯୫୨ ମସିହା ଜାନୁଆରୀ ମାସ ୧୧ ତାରିଖରେ ଭଦ୍ରକର ବଙ୍କସାହି ଠାରେ ହୋଇଥିଲା । ତାଙ୍କର ପିତା ୰ ବାବୁନି କିଶୋର ଚାନ୍ଦ ଜଣେ କୁଶଳୀ ଗାଡି ଚାଳକ ଥାଇ ପୂର୍ବରୁ ଓଏମ୍‌ପି ରିଜର୍ଭ ପୁଲିସ୍‌ର ହାବିଲଦାର ଥିଲେ । ତେବେ ପିଲାବେଳୁ ଅର୍ଥାଭାବ ମଧ୍ୟରେ ପାଠପଢା ଜୀବନ ଆରମ୍ଭ କରିଥିବା ୰ ଚାନ୍ଦ ଭଦ୍ରକ ବଙ୍କସ୍କୁଲ ଓ ଜିଲାସ୍କୁଲରୁ ପାଠପଢା ସାହି ଭଦ୍ରକ କଲେଜରେ ପଢିବା ପରେ ଟାଟା କଂପାନୀ ଓ ପରବର୍ତ୍ତୀ ସମୟରେ ଭଦ୍ରକ ଏନ୍‌ଏସି ଅଂଚଳ କାର୍ଯ୍ୟାଳୟରେ କିରାଣୀ ରହି ଫେକର କଂପାନୀର ଠିକାଦାରୀ କରି ନିଜ ଗୋଡରେ ଠିଆ ହୋଇପାରିଥିଲେ । ପରେ ସେ ଚାରିଘରିଆରେ ଘର କରି ସପରିବାର ରହିବା ମଧ୍ୟରେ ଦୀର୍ଘ ୪୦ ବର୍ଷ ଧରି ଷୋହଳ ପୂଜା ଓ ଅଷ୍ଟପ୍ରହରୀ କୀର୍ତ୍ତନ ଅନୁଷ୍ଠିତ କରି ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରିଆସୁଥିଲେ । ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ ଓ ପୂର୍ବତନ ପୌରପାଳ ମାନସ ମହାନ୍ତିଙ୍କ ସହ ସୁସଂପର୍କ ରକ୍ଷା କରି ସେ ବନ୍ୟା, ବାତ୍ୟା ସମୟରେ ନିଜ ଜୀବନକୁ ବିପନ୍ନ କରି ଖରସ୍ରୋତା ଗେଙ୍ଗୁଟି ନଦୀରେ ପହଁରି ଚୁନିଦା ଅଂଚଳର ଲୋକଙ୍କୁ ରିଲିଫ୍ ଯୋଗାଇଥିଲେ । ଯେଉଁଥିପାଇଁ ତତ୍‌କାଳୀନ ବାଲେଶ୍ୱର ଏସ୍‌ପି ଶ୍ରୀ ନନ୍ଦି ତାଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । କେବଳ ନିଜ ଅଂଚଳ ନୁହେଁ ଚାନ୍ଦବାଲି, ଧାମନଗର, ବାରିକପୁର ଭଳି ଅଂଚଳରେ ବନ୍ୟା ସମୟରେ ଚୁଡା, ଚାଉଳ ବାଣ୍ଟି ପୂର୍ବତନ ପୌରପାଳ ମାନସ ମହାନ୍ତିଙ୍କ ସହ ୧୯୭୦ ମସିହାରୁ ଅଦ୍ୟାବଧି କାଙ୍ଗାଳି ଭୋଜନ, ଦରିଦ୍ର ସେବା କରିବା ସହ ନବଜ୍ୟୋତି କ୍ଲବ୍ ଗଠନ କରି ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାର ପ୍ରଧାନତମ ସାଂସ୍କୃତିକ କାର୍ଯ୍ୟକ୍ରମ ରଜ ପର୍ବ ଜିଲାସ୍କୁଲ ପଡିଆରେ ପାଳନ କରିଆସୁଥିଲେ । ସେ ଜଣେ ପ୍ରତିଷ୍ଠିତ କ୍ରୀଡାବିତ୍ ଭାବେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଆସିଥିବାବେଳେ ତାଙ୍କ ଆବର୍ତ୍ତମାନରେ ଭଦ୍ରକ ଜିଲା ଜଣେ ସୁପୁତ୍ରକୁ ହରାଇଲା ବୋଲି ବକ୍ତାମାନେ କହିଥିଲେ । ଏହି ସ୍ମୃତିସଭାରେ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ତାଙ୍କର ପୁତ୍ର ତଥା ପୂର୍ବତନ କାଉନ୍‌ସିଲର ଅମ୍ବର ଚାନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଅନ୍ୟ ପୁତ୍ର, ପୁତ୍ରବଧୂ, ଝିଅ-ଜ୍ୱାଇଁମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.