Home ଓଡ଼ିଶା ବିଶିଷ୍ଟ ସଂଗ୍ରାହକ ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବିଶିଷ୍ଟ ସଂଗ୍ରାହକ ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

24

ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟ ପାଠାଗାର ଆନ୍ଦୋଳନର ପୁରୋଧା, ପ୍ରବାଦ ପୁରୁଷ, ବିଶିଷ୍ଟ ସଂଗ୍ରାହକ ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଦାଶିଆ ଅଜା (ଦାଶରଥି ପଟ୍ଟନାୟକ)ଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଦାଶରଥି ପଟ୍ଟନାୟକ ସ୍ମୃତି ସଂସଦର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି। ଜିଲ୍ଲା ସଦର ମହାକୁମାରେ କୋଭିଡ କଟକଣା ଭିତରେ ପାଳନ ହୋଇଥିବା ଏହି ସ୍ମୃତିଚାରଣ ସଭାରେ ଦାଶରଥି ପଟ୍ଟନାୟକଙ୍କ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଜିଲ୍ନାପାଳ ଡ.ପୋମା ଟୁଡୁ ଯୋଗଦେଇ ମହାନ୍ ଆତ୍ମାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଦା ସୁମନ ଅର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ବିଶ୍ୱନାଥ ମହାପାତ୍ର, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ନୀରଜଂନ ମିଶ୍ର, ସୁରେନ୍ଦ୍ର ନାଥ ମହାପାତ୍ର, ରଣଜିତ ଦାସ ପ୍ରମୁଖ ଉପସ୍ଥିତ ହୋଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.