Home ଜିଲ୍ଲା ପରିକ୍ରମା ବିଶିଷ୍ଟ ଜନନେତା କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ସ୍ମୃତିସଭା

ବିଶିଷ୍ଟ ଜନନେତା କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ସ୍ମୃତିସଭା

8

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କାର୍ଯ୍ୟ କାରିଣୀ ସଭ୍ୟ, ପୂର୍ବତନ ରାଜ୍ୟ ସମ୍ପାଦକ, ନୂଆ ଦୁନିଆ ସାପ୍ତାହିକ ଖବରକାଗଜର ପୂର୍ବତନ ସମ୍ପାଦକ, ଭଦ୍ରକ କଲେଜର ଦୁଇଦୁଇ ଥର ଛାତ୍ର ସଂସଦର ସାଧାରଣ ସମ୍ପାଦକ, ବିଶିଷ୍ଟ ସ୍ତମ୍ଭକାର, ନାଟ୍ୟକାର, ମାର୍କସବାଦୀ ଦର୍ଶନର ଲେଖକ କମ୍ରେଡ଼ ଦିବାକର ନାୟକଙ୍କ ଗତ ୧୯ ଏପ୍ରିଲରେ ବିୟୋଗ ଜନିତ ସ୍ମୃତିସଭା ଭଦ୍ରକ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଭଦ୍ରକ ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସିପିଆଇର ରାଜ୍ୟ ସମ୍ପାଦକ କମ୍ରେଡ଼ ଆଶିଷ କାନୁନ୍‌ଗୋ ଯୋଗଦେଇ ସାଥି ନାୟକଙ୍କ ସରଳ ତ୍ୟାଗପୁତ ଜୀବନଚର୍ଯ୍ୟା, ନିଷ୍ଠା ଓ ମାର୍କସବାଦୀ ଆଦର୍ଶଗତ ଦୃଢ଼ତା ପାଇଁ ଆଗାମୀ ପିଢ଼ି ତାଙ୍କୁ ମନେ ରଖିବେ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ସିପିଏମ ଜିଲ୍ଲା ସଂପାଦକ ଦିବ୍ୟଶଙ୍କର ନାୟକ, ସିପିଆଇ(ଏମ.ଏଲ) ଲିବରେସନ୍‌ର ଜିଲ୍ଲା ସଂପାଦକ ସମର ବଳ, ଏସ.ୟୁ.ସି.ଆଇ.ର ରମେଶ ନାୟକ, ସିପିଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କ୍ଷୀରୋଦ ସିଂଦେଓ, ଡ଼ ପ୍ରଶାନ୍ତ ମିଶ୍ର, ଜୟନ୍ତ ଦାସ, ଦିବ୍ୟସିଂହ ନାୟକ, ବିକାଶ ନାଥ, ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ପାଦିକା ଜିନ୍ମୟୀ ସାହାଣୀ, ଗଣତାନ୍ତ୍ରିକ ମହିଳା ସମିତିର ସୁରାଜିତା ନାୟକ, ଏଆଇଏସଏଫର ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ପରିଡ଼ା, ଜିଲ୍ଲା ସହ ସଂପାଦକ ବିମ୍ବାଧର ବାରିକ, ବନ୍ତ ଜୋନ୍ ସମ୍ପାଦକ ରମେଶ ଜେନା, ତିହିଡି ଜୋନ୍ ସମ୍ପାଦକ ସନ୍ଥ ଚରଣ ବିଶ୍ୱାଳ, ବାସୁଦେବପୁର ଜୋନ୍ ସମ୍ପାଦକ ହରିହର ବେହେରା, ଚନ୍ଦ୍ର ଶେଖର ନାୟକ, ବାବାଜୀ ଜେନା, ପ୍ରଫୁଲ ପାଢ଼ୀ ପ୍ରମୁଖ ବକ୍ତବ୍ୟ ରଖି ସାଥି ଦିବାକର ନାୟକ ଏକାଧାରରେ ଜଣେ ସୁଲେଖକ, ଓଜ୍ୱସିନୀ ବକ୍ତା, ନାଟ୍ୟକାର, ଦକ୍ଷ ଶ୍ରମିକ ନେତା ଭାବରେ ଜନଗଣଙ୍କ ଲଢ଼େଇରେ ନେତୃତ୍ୱ ନେଇ ସଫଳ ହୋଇଛନ୍ତି ବୋଲି ମତବ୍ୟକ୍ତ କରି ସାଥି ଦିବାକର ନାୟକଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଗାମୀ ଦିନରେ ବାମପନ୍ଥୀ ଆନ୍ଦୋଳନ ଅଧିକ ସଂଗଠିତ ଭାବରେ ସାମ୍ପ୍ରଦାୟିକ, ପୁଞ୍ଜିବାଦୀ ଶକ୍ତି ବିରୁଦ୍ଧରେ ବ୍ୟାପକ ଜନମତ ସୃଷ୍ଟି କରିପାରିଲେ ହିଁ ସାଥି ଦିବାକର ନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ମତପୋଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.