Home ଜିଲ୍ଲା ପରିକ୍ରମା ବିରୁହାଁ ଟ୍ରାକ୍ଟର ଦୁର୍ଘଟଣା ଭିନ୍ନମୋଡ ନେଉଛି

ବିରୁହାଁ ଟ୍ରାକ୍ଟର ଦୁର୍ଘଟଣା ଭିନ୍ନମୋଡ ନେଉଛି

100

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ଦଳାଙ୍ଗ ପଂଚାୟତ ବିରୁହାଁ ଗ୍ରାମର ଜଣେ ଗରିବ ପରିବାରର ଶ୍ରମିକ କେଦାର ମୁଦୁଲି ଦୁଇଦିନ ତଳେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ହେଲେ ତାଙ୍କର ପୁତ୍ର ବୁଦ୍ଧିରାମ ତାଙ୍କ ପିତାଙ୍କୁ ଯୋଜନାବଦ୍ଧ ଭାବେ ଟ୍ରାକ୍ଟର ଚଲାଇ ବିଲରୁ କାମ କରି ଫେରୁଥିବାବେଳେ ହତ୍ୟା କରାଯାଇଛି ବୋଲି ଧାମନଗର ଥାନାରେ ଅଭିଯୋଗ କରିବା ପରେ ତାହା ଭିନ୍ନ ମୋଡ ନେଇଛି । ଏଠାରେ ପ୍ରକାଶ ଥାଉକି ବିରୁହାଁ ଗ୍ରାମର ବିପିନ ପଣ୍ଡା ଏକ ନୂଆ ଟ୍ରାକ୍ଟର ଚଳାଇ ଦୁଇଦିନ ତଳେ ବିଲକୁ ହଳ କରିବାକୁ ଯାଇଥିଲେ । ତାଙ୍କ ଜମିରେ ସେହିଦିନ ଉକ୍ତ ଗ୍ରାମର କେଦାର ମୁଦୁଲି ଶ୍ରମିକ ଭାବେ ମଧ୍ୟ ଯାଇଥିଲା । ମାତ୍ର କାମ ସାରି ଫେରିବା ବେଳେ ବିପିନି ଟ୍ରାକ୍ଟର ଚଳାଇ ଆସୁଥିବାବେଳେ ଏକ ନାଳ ନିକଟରେ କେଦାର ଉପରେ ଟ୍ରାକ୍ଟରଟି ଚଢିଯାଇଥିଲା । ତାକୁ ଗୁରୁତର ଭାବେ ଭଦ୍ରକ ନେବା ସମୟରେ ମୃତ୍ୟୁ ଘଟିଥିଲା । ସେଦିନ କେଦାରଙ୍କ ମୃତଦେହ ସେଠାରେ ପଡିଥିଲେ ବି ଟ୍ରାକ୍ଟର ମାଲିକ କିମ୍ବା ଚାଳକ କେହି ବି ସମବେଦନା ଜଣାଇନଥିଲେ । ଆଜି ଘଟଣାକୁ ଚପେଇଦେବା ପାଇଁ ମୃତ ପରିବାରକୁ ୩୦ ହଜାର ଟଙ୍କାର ପ୍ରଲୋଭନ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ମାତ୍ର କେଦାର ଭଳି ଜଣେ ଗରିବ ମୂଲିଆର ମୃତ୍ୟୁ ପରେ ତାର ବିଧବା ପତ୍ନୀ ଓ ଗୋଟିଏ ପୁଅ ଓ ଝିଅ କିଭଳି ବଂଚିବେ, ସେ ବିଷୟରେ କେହିବି ଚିନ୍ତା କରୁନାହାଁନ୍ତି ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି । ତେବେ ଟ୍ରାକ୍ଟର ଚାଳକ ବିପିନ ପଣ୍ଡା ଜଣେ ଦକ୍ଷ ଚାଳକ ନହୋଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟାଇବାର ଅଭିଯୋଗ ଥିଲେ ବି ପୁଲିସ୍ ତାକୁ ଏପର୍ଯ୍ୟନ୍ତ ଗିରଫ ନକରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଟ୍ରାକ୍ଟରଟିକୁ ନେଇଯିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ୍ ଗାଡିଟିକୁ ଦୁଇଜଣ ହୋମ୍‌ଗାର୍ଡ ଜଗାଇଥିବାର ଦେଖିବାକୁ ମିଳିଛି । ଏଣୁ ଚପାଇ ଦେବାର ଉଦ୍ୟମ ହେଉଥିବା ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବୁଦ୍ଧିରାମ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.