Home ଓଡ଼ିଶା ବିରିପାଲି ମଦଭାଟି କର୍ମଚାରୀ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ

ବିରିପାଲି ମଦଭାଟି କର୍ମଚାରୀ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ

224

ବରଗଡ,୯।୯,(ଓଡ଼ିଆ ପୁଅ ପି ନାଏକ):  ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନ ବୋଡେନ ଥାନା ଅନ୍ତର୍ଗତ ବିରିପାଲି ମଦଭାଟି କର୍ମଚାରୀ ହତ୍ୟା ମାମଲାର ୨ ଅଭିଯୁକ୍ତ କୁ ଗିରଫ କରିଛି ପଦ୍ମପୁର ପୋଲିସ ।ଗିରଫ ଅଭିଯୁକ୍ତ ମାନେ ହେଲେ ପଦ୍ମପୁର ଭେଲୁଆପଦର ଗ୍ରାମ ର ରଙ୍କ ବରିହା ର ପୁଅ ଭଗବାନ ବରିହା ଓ କାଁସର ଗ୍ରାମ ର ସାଗର ବିଶ୍ୱାଳ ଙ୍କ ପୁଅ ଜଗଦୀଶ ବିଶ୍ୱାଳ ।

ହତ୍ୟାକାଣ୍ଡ ଦିନ ଭଗବାନ ଓ ଜଗଦୀଶ ମଦ ପିଇବା ପାଇଁ ବିରିପାଲି ମଦଭାଟି କୁ ଯାଇଥିଲେ ।ତେବେ କୌଣସି କାରଣରୁ ଝାଡଖଣ୍ଡ ରାଜ୍ୟର ଲୋହାରଡେଗା ଅଞ୍ଚଳ ରୁ ଆସି ମଦଭାଟି ରେ କାମ କରୁଥିବା କର୍ମଚାରୀ ପ୍ରମୋଦ ସା ଙ୍କ ସହ ବଚସା ହୋଇଥିଲା ।ଏଥିରେ ନିଶାଗ୍ରସ୍ତ ଅବସ୍ଥା ରେ ଭଗବାନ ଓ ଜଗଦୀଶ ମିଶି ଏକ ଛୁରି ରେ ପ୍ରମୋଦ କୁ ଆକ୍ରମଣ କରିଥିଲେ ଫଳରେ ଘଟଣା ସ୍ଥଳରେ ହିଁ ପ୍ରମୋଦ ର ମୃତ୍ୟୁ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.