ad
ଓଡ଼ିଶା

ବିରାଟ ଦଳିତ ସମାବେଶ ଏବଂ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରସ୍ଥିତ ବାଲଗୋପାଲ ମନ୍ଦିର ପରିସରରେ ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଏକ ବିରାଟ ଦଳିତ ସମାବେଶ ଏବଂ ବାବାସାହେବ ଆମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଡ଼ଃ ଆମ୍ବେଦକରଙ୍କ ଫଟୋଚିତ୍ରରେ ବିଶିଷ୍ଟ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଜିଲ୍ଲା ଦଳିତ ମହାସଂଘର ସଭାପତି ତଥା ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ବିଶିଷ୍ଟ ଶିକ୍ଷାବିତ୍ କମଳାକାନ୍ତ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତରତ୍ନ ବାବା ସାହେବ ଆମ୍ବେଦକର ସମସ୍ତ ଭାରତୀୟଙ୍କ ପାଇଁ ଚିରନମସ୍ୟ। ତାଙ୍କର ଜ୍ୟାଗ ଓ ସଂଘର୍ଷ ଓ ସଗ୍ରାମ ଫଳରେ ଆଜି ସମଗ୍ର ଭାରତବର୍ଷର କୋଟି କୋଟି ଦଳିତ ସମାଜ ର ଲୋକମାନେ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି ବୋଲି କହିଥିଲେ। ମୁଖ୍ୟ ବକ୍ତାଭାବେ ଆଇନଜୀବୀ ଅଗଣୀ ଚରଣ ଜେନା ଓ ସମ୍ମାନ୍ନିତ ଅତିଥିଭାବେ ଆଇନଜୀବୀ ତାହେର ମହମ୍ମଦ, ସମାଜସେବୀ ଜମ୍ବୁବତୀ ଦାସ, କବି ସତ୍ୟପ୍ରକାଶ ସେଠୀ ପ୍ରମୁଖ ଯୋଗଦେଇ ଆମ୍ବେଦକର ହେଉଛନ୍ତି ଦଳିତ ସମାଜର ଅମୂଲ୍ୟରତ୍ନ ବୋଲି ଅଭିହିତ କରିବା ସହ ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଗ୍ରାମ କରିଲେ ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନ ସାର୍ଥକ ହେବା ସହ ଦଳିତ ସମାଜର ସାମାଜିକ, ଆର୍ଥିକ ପ୍ରଗତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ବିଧାନ ନିର୍ମାଣର ମୁଖ୍ୟ ବିନ୍ଧାଣୀ ଥିଲେ ଡ଼ଃ ଆମ୍ବେଦକର। ଜନସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ସହ ଦଳିତ ଓ ଦରିଦ୍ର ଲୋକଙ୍କୁ ଆଇନର ସହାୟତା ଦେଇ ଆସୁଥିଲେ। ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କରିବା ସହ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବା ସହ ନାରୀ ସଶକ୍ତିକରଣ, ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ବୀମା ସମ୍ପର୍କିତ ଆଇନ୍ ପ୍ରଣୟନ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ଦଳିତ ନେତା ଶ୍ରୀ ଜେନା ମତପ୍ରକାଶ କରିଥିଲେ। ପ୍ରାରମ୍ଭରେ ସାମ୍ବାଦିକ ଗୌରହରି ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ ସଂଘର ସଭାପତି ଉମାକାନ୍ତ ଜେନା, ଉପଦେଷ୍ଟା ଦିବାକର ଜେନା, ସାମ୍ବାଦିକ ଜୟ ଜଗନ୍ନାଥ ମଲ୍ଲିକ୍, ସୁଶାନ୍ତ ଜେନା, ଫାରୁକ୍ ଖାଁ, ହବିବୁର ରହେମାନ ପ୍ରମୁଖ ଯୋଗଦେଇଥିଲେ। ଏହି ଜୟନ୍ତୀ ଉତ୍ସବରେ ଜିଲ୍ଳାର ବିଭିନ୍ନ ବ୍ଲକରୁ ଶତାଧିକ ଦଳିତ କର୍ମକର୍ତା, ଶିକ୍ଷାବିତ୍, ବୁଦ୍ଧିଜୀବୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top