Home ଜିଲ୍ଲା ପରିକ୍ରମା ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ କଟକ ଆର.ସି.ସି. ୟଙ୍ଗଷ୍ଟାର

ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ କଟକ ଆର.ସି.ସି. ୟଙ୍ଗଷ୍ଟାର

23

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ ଡାକ୍ତରଖାନା ପଡିଆରେ ମହାବୀର ୟୁଥ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ୨୭ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଇଲେଭେନଷ୍ଟାର ଯାଜପୁର ଓ କଟକ ଆର.ସି.ସି. ୟଙ୍ଗଷ୍ଟାର ଦଳ ମଧ୍ୟରେ ହୋଇଥିଲା । କଟକ ୟଙ୍ଗଷ୍ଟାର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ଏହି ଦଳ ୨୩.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲା । ଦଳର ବ୍ୟାଟ୍ସମ୍ୟାନ ସଞ୍ଜୟ ଖୁଣ୍ଟିଆ ୩୦ ବଲ ରୁ ୪୯ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବୋଲର ବିକାଶ ବାରିକ ୫ ଓଭର ବୋଲିଂ କରି ୩୧ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଯାଜପୁର ଇଲେଭେନ ଦଳ ୨୨.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୨୧ ରନ କରି ପରାଜିତ କରିଥିଲା । ଦଳର ବ୍ୟାଟ୍ସମ୍ୟାନ ଭବାନୀ ମହାନ୍ତି ୩୬ ବଲ ରୁ ୩୬ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ପ୍ରିୟାଂଶୁ ଯାଦବ ୨.୩ ଓଭର ବୋଲିଂ କରି ୧୩ ରନ ବିନିମୟରେ ୩ ଉଇକେଟ ହାସଲ କରିଥିଲେ । କଟକ ଆର.ସି.ସି. ୟଙ୍ଗଷ୍ଟାର ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ସଞ୍ଜୟ ଖୁଣ୍ଟିଆଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ଅତିଥି ଡମ୍ବରୁଧର ରାଉତ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ବିଜୟ ଶତପଥି ମ୍ୟାଚ ରେଫରୀ ଦାଇତ୍ୱ ତୁଲାଇଥିଲେ । କାଳନ୍ଦୀ ଚରଣ ପଣ୍ଡା ଓ ସଞ୍ଜୟ ଶତପଥି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଶ୍ରୀକାନ୍ତ ଖଣ୍ଡେଇ, ପ୍ରତ୍ୟୁଷ ସାହୁ ଓ ନରେନ ଜେନା ଧାରାବିବରଣୀ ଏବଂ ଶୁଭ୍ରଜିତ ବାରିକ ଓ ମନୋଜ ବିଶ୍ୱାଳ ସ୍କୋରର ଦାଇତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ କଟକ ନିମପୁର ସ୍ପୋଟିଂ ଓ କଟକ ଆର.ସି.ସି. ୟଙ୍ଗଷ୍ଟାର ଦଳ ମଧ୍ୟରେ ରବିବାର ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.