ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ବାସୁଦେବପୁରର ବିଭିନ୍ନ ସ୍ଥାନରେ ସ୍ନାନପୁର୍ଣ୍ଣିମା ଉତ୍ସବ ଯଥାବିଧି ଅନୁସାରେ ପାଳିତ ହୋଇଯାଇଛି । ବୈଦିକ ରିତିନିତୀ ଅନୁଯାଇ ସମସ୍ତ ବିଧୀ ସଂପନ୍ନ ହେବା ପରେ ସ୍ନାନ ମଣ୍ଡପରେ ଜିୟୁଙ୍କୁ ବିଜେ କରାଯାଇ ସ୍ନାନ ଉତ୍ସବାରମ୍ଭ କରାଯାଇଥିଲା । ମୃଦଙ୍ଗର ତାଳେତାଳେ କିର୍ତନ,ଶଙ୍ଖ,ହରିବୋଲ ଧ୍ନନୀରେ ଭାବାବେଗ ପରିବେଶ ଶ୍ରଦ୍ଧାଳୁମାନଙ୍କୁ ବେଶ ବିଭୋର କରିଥିଲା । ଏହି ଅବସରରେ ଐତିହାସିକ ଆଙ୍କୁଡା ପ୍ରଗଣାର ପ୍ରସିଦ୍ଧ ପ୍ରସନ୍ନବାସୁଦେବ,ମୋହନପୁର,ଏଡତାଳ, ବରଣ୍ଡୁଆ, ସଙ୍ଖାରୋ,ରଥପଦାଆଦିସ୍ଥାନରେ ଏହି ପର୍ବ ପାଳିତ ହୋଇଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା ।