ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ଅବକାରୀ ଥାନା ଅଧୀନ ପୀରହାଟ ଅଂଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ଓ ତିହିଡ଼ି ଅବକାରୀ ପୁଲିସ ମିଳିତ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉରେ ବିପୁଳ ପରିମାଣର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୪ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ କେଶ ନଂ ୨୩, ୨୪, ୭୯, ୮୦ /୨୫ରେ ୪ଟି ପୃଥକ ମକଦ୍ଦମା ରୁଜୁ କରାଯାଇଛି । ଏହି ଘଟଣାରେ ପୀରହାଟ କାନପୁର ଗ୍ରାମର କେଦାର ସାହୁ, କଣ୍ଡରାଗଡ଼ିଆ ଗ୍ରାମର ଅପର୍ତି ବେହେରା, ଜାଫରବାଦ ଗ୍ରାମର ରତିକାନ୍ତ ମଲିକ, ଓ କମାରିଆ ବଜାରର ଅନନ୍ତ କୁମାର ଜେନାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଏହି ଚଢ଼ାଉରେ ଅବକାରୀ ବିଭାଗ ସୁପରିଟେଣ୍ଡେେଂଟଣ୍ଟ ନରୋତମ ମିଶ୍ର, ତିହିଡ଼ି ଅବକାରୀ ଥାନା ଅଧିକାରୀ ସୁମିତ୍ରା ହେମ୍ବ୍ରମଙ୍କ ନେତୃତ୍ୱରେ ମୋବାଇଲ ସ୍କ୍ୱାର୍ଡ଼ ପକ୍ଷରୁ ଅବକାରୀ ବିଭାଗ ଅଧିକାରୀ ରବି ବେହେରା, ଏଏସଆଇ ବିଜୟ ମଲିକ, କନେଷ୍ଟବଳ ଅଜିତ୍ କୁମାର ସିଙ୍କୁ, ସୁବାଶିଷ ରାଉତ, ପରେଶ ଚନ୍ଦ୍ର ଟୁଡୁ, ପ୍ରଶାନ୍ତି ସିଂ, ଅଜୟ ଦାସ, ସୁଦର୍ଶନ ପଲେଇ, ଶୁଭ୍ରମଣି ଦାସ, ବିଭୂପ୍ରସାଦ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ ।