Home ଅନୁଗୁଳ ବିଭିନ୍ନ ଦାବୀ ନେଇ ନଗର କଂଗ୍ରେସର ଆମରଣ ଅନଶନ

ବିଭିନ୍ନ ଦାବୀ ନେଇ ନଗର କଂଗ୍ରେସର ଆମରଣ ଅନଶନ

114

ଅନୁଗୋଳ,୨୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ନଗର କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି l ଅନୁଗୋଳ ନଗର କଂଗ୍ରେସ କମିଟିର ସଭାପତି ସୁଦୀପ ମିଶ୍ର, ଯୁବ କଂଗ୍ରେସ ନେତା ରଶ୍ମିରଞ୍ଜନ ସାହୁ, ଛାତ୍ର ନେତା ବାପୁଜୀ ପ୍ରଧାନ,ଛାତ୍ର ନେତା ଫାରୁକ ଅହମ୍ମଦ ପ୍ରମୁଖ ଅନୁଗୋଳର ଜାତୀୟ ରାଜପଥ (ଏନଏଚ -୫୫) ବଅଁରପାଳ ଠାରୁ ବଡ଼କେରା ପର୍ଯ୍ୟନ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ସହ ନୂତନ ରାସ୍ତା ନିର୍ମାଣ କରିବା,ତାଳଚେର ଅନୁଗୋଳ ମେରାମଣ୍ଡଳୀ ଉନ୍ନୟନ ସଂସ୍ଥା ଟାମଡା ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯାଉ ବୋଲି ଦାବୀ କରିଛନ୍ତି। ଏହି ଆମରଣ ଅନଶନରେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ,ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନା,ଜିଲ୍ଲା ଓବିସି ସେଲ ସଭାପତି ଜିତେନ୍ଦ୍ର ସାହୁ,ସ୍ବେଚ୍ଛାସେବୀ ପ୍ରତାପ ମହାପାତ୍ର,ସମାଜସେବୀ ପର୍ଶୁରାମ ଦାସଙ୍କ ସହ ଅନେକ ଯୁବ କଂଗ୍ରେସ କର୍ମୀ ଏହି ଅନଶନରେ ସାମିଲ ହୋଇଛନ୍ତି। ଏହି ସମସ୍ୟାଗୁଡିକର ସମାଧାନ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସୁଦୀପ ମିଶ୍ର ସୂଚନା ଦେଇଛନ୍ତି। ଅନୁଗୋଳ ଜିଲ୍ଲାର ସ୍ୱାର୍ଥ ଓ ହକ ପାଇଁ ଏହି ଆମରଣ ଅନଶନ ଆରମ୍ଭ ହୋଇଛି ଏବଂ ଆଗକୁ ଜାରି ରହିବ ବୋଲି ନଗର କଂଗ୍ରେସ କମିଟି ସଭାପତି ସୁଦୀପ ମିଶ୍ର ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.