Home ଓଡ଼ିଶା ବିଭିନ୍ନ ଗ୍ରେଡ୍‌ରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ କ୍ୟାବିନେଟ ମଞ୍ଜୁରୀ –...

ବିଭିନ୍ନ ଗ୍ରେଡ୍‌ରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ କ୍ୟାବିନେଟ ମଞ୍ଜୁରୀ – ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

45

ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ବଡ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ

– ଆଖୁ ରସୁରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ଲିଟର ପ୍ରତି ୬୨.୬୫ ଟଙ୍କା ବୃଦ୍ଧି

– ବି-ହେଭି ମୋଲାସେସ ଇଥାନଲ ଲିଟର ପ୍ରତି ୫୭.୬୧ଟଙ୍କା ବୃଦ୍ଧି

– ସି-ହେଭି ମୋଲାସେସ ଇଥାନଲ ଲିଟର ପ୍ରତି ୪୫.୬୯ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୨୯ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ ସ୍ୱାଗତ କରିବା ସହ ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି କ୍ୟାବିନେଟର ଆର୍ôଥକ ମାମଲାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଆଖୁ ରସରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ଯଥାକ୍ରମେ ଲିଟର ପ୍ରତି ୬୨.୬୫ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ବି-ହେଭି ମୋଲାସେସ ଇଥାନଲର ବୃଦ୍ଧି ଲିଟର ପ୍ରତି ୫୭.୬୧ଟଙ୍କା ଏବଂ ସି-ହେଭି ମୋଲାସେସ ଇଥାନଲ ଲିଟର ପ୍ରତି ୪୫-୬୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଆଖୁଚାଷୀମାନେ ଉପକୃତ ହେବେ।

ଏହି ନିଷ୍ପତି ଫଳରେ ଆଖୁ ମିଲର ନଗଦ ପାଣ୍ଠିକୁ ବୃଦ୍ଧି କରାଯିବ। ଏହାସହ ଜାତୀୟ ଜୈବ ଇନ୍ଧନ ନୀତି ଅନୁଯାୟୀ ଲକ୍ଷ୍ୟ ହାସଲରେ ଇଥାନଲର ଉପଲବ୍ଧିକୁ ବୃଦ୍ଧି କରାଯିବ। ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବାର ଅନେକ ଲାଭ ରହିଛି। ଏହା ଦ୍ୱାରା ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ଉପରେ ନିର୍ଭରତା କମିବା ସହ ପ୍ରଦୂଷଣ କମିବ ଓ ଚାଷୀ ମାନଙ୍କୁ ଲାଭ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.