Home ଜିଲ୍ଲା ପରିକ୍ରମା ବିଭାଘର ଭୋଜି ଉପରେ ଚଢାଉ; କୋଭିଡ ନିୟମ ଉଲଙ୍ଘନ କରି ତଣ୍ଡଗଣିଲେ ଅମାନିଆ

ବିଭାଘର ଭୋଜି ଉପରେ ଚଢାଉ; କୋଭିଡ ନିୟମ ଉଲଙ୍ଘନ କରି ତଣ୍ଡଗଣିଲେ ଅମାନିଆ

16

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବିଭିନ୍ନ ଅଞ୍ଚଳରେ କୋଭିଡ କଟକଣା ଉଲଂଘନ କରି ବିଭାଘର ଭୋଜି ଆୟୋଜକମାନେ ତଣ୍ଡ ଗଣିଥିବା ଜଣାଯାଇଛି । ବ୍ଲକ ଅଞ୍ଚଳରେ କୋଭିଡ କଟକଣା ପାଳନ ତଦାରଖ କରିବା ପାଇଁ ଚାରିଗୋଟି ଏନଫୋର୍ସ ଟିମ ଗଠନ କରାଯାଇଛି । ତହସିଲଦାର କ୍ଷୀରୋଦ ପଣ୍ଡା, ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ବ୍ଲକଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଓ ବ୍ଲକ ମାର୍କେଟିଂ ଇନିସପେକ୍ଟର ରେବତୀଶ ସିଂ ନାୟକଙ୍କ ନେତୃତ୍ୱରେ ଗଠିତ ଏନଫୋର୍ସମେଣ୍ଟ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । କୋଭିଟ ନିୟମ ଉଲଙ୍ଘନ କରିଥିବା କାରଣରୁ ରବିବାର ମାର୍କେଟିଂ ଇନିସପେକ୍ଟର ଶ୍ରୀ ନାୟକ ରାଜେନ୍ଦ୍ରପୁର ପଞ୍ଚାୟତର ଥଇଳା ଗ୍ରାମବାସୀ ନୃସିଂହ ଚରଣ ସାହୁଙ୍କ ବିଭାଘର ଭୋଜିରୁ ୨ହଜାର ଟଙ୍କା, ସେହି ଗ୍ରାମର କାଳନ୍ଦୀ ବାରିକଙ୍କ ଚତୁର୍ଥର ଭୋଜିରୁ ୩ ହଜାର ଟଙ୍କା ଓ କୋଟସିରା ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କ ଚତୁର୍ଥୀ ଭୋଜିରୁ ୩ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି । ସେହିପରି ମାସ୍କ ବ୍ୟବହାର ନକରି ବାଇକ ଚଳାଉଥିବା ଅଭିଯୋଗରେ ଅମାନିଆଙ୍କ ଠାରୁ ମଧ୍ୟ ମାର୍କେଟିଂ ଇନିସପେକ୍ଟର ଶ୍ରୀ ନାୟକ ଜରିମାନା ଆଦାୟ କରାଯାଇଥିବା ନେଇ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.