Home ଜିଲ୍ଲା ପରିକ୍ରମା ବିପୁଳ ପରିମାଣର ବିଦେଶୀ ମଦ ଜବତ, ୩ ଗିରଫ

ବିପୁଳ ପରିମାଣର ବିଦେଶୀ ମଦ ଜବତ, ୩ ଗିରଫ

96

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଦ୍ୱାରା ବିପୁଳ ପରିମାଣର ବିଦେଶୀ ମଦ ଜବତ । କୌଣସି ସୂତ୍ରରୁ ଗ୍ରାମାଞ୍ଚଳ ଥାନା ପୁଲିସ୍ ଖବର ପାଇ ସାମରାଇପୁର ଅଂଚଳରେ ଏକ ଘର ଉପରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହ ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି । ଗିରଫ ହୋଇଥିବା ୩ ଜଣ ଯୁବକ ହେଉଛନ୍ତି ଅରୁଣ ସିଅଳ, ରବିନ୍ଦ୍ର ସାହୁ, ଦୀପକ ବେହେରା । ଏମାନେ ସମସ୍ତେ ଭଦ୍ରକ ଅଂଚଳର ବୋଲି ପୁଲିସ୍ ସୂଚନା ଦେଇଛି । ଜବତ ହୋଇଥିବା ବିଦେଶୀ ମଦର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ବୋଲି ଜଣାପଡିଛି । ତେବେ ଏ ସଂପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରଜୁ ହେବା ସହ ସଂପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.