Home ଜିଲ୍ଲା ପରିକ୍ରମା ବିପୁଳ ପରିମାଣରେ ବାଣ ଜବତ, ଜଣେ ଗିରଫ

ବିପୁଳ ପରିମାଣରେ ବାଣ ଜବତ, ଜଣେ ଗିରଫ

10

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଏସପି ଙ୍କ ନିର୍ଦେଶ କ୍ରମେ ଭଦ୍ରକ ପୁରୁଣା ବଜାର ଥାନା ଅଧିକାରୀ ଏବଂ ତାଙ୍କ ଟିମ ପୁରୁଣା ବଜ଼ାର ଥାନା ଅଧିନସ୍ଥ ଜମା ମସଜିଦ ନିକଟରେ ଥିବା ମାଚିଶ ବିଲଡିଂର ଏକ ଘରେ ଗଛିତ ଥିବା ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଥିଲା। ଘରେ ଭିତରେ ବିଭିନ୍ନ ଭେରାଇଟର ବିପୁଳ ପରିମାଣର ବାଣ କୁ ଜବତ କରିଛି ପୁରୁଣା ବଜାର ପୋଲିସ । ବଡ଼ ବଡ଼ ଧଳା ବମ ସହିତ ହୁଈ ଗୁଟି ଓ ଝୁର ଝୁରୀ କୁ ମଧ୍ୟ ଜବତ କରି ଥାନା କୁ ଆଣିଛି ପୁରୁଣା ବଜାର ପୋଲିସ। ତେବେ ଏହି ବେଆଇନ ବାଣ କରବାର ସମ୍ପୃକ୍ତ ଥିବା ପୁରୁଣାବଜାର ଦୁର୍ଗାପୁର ଅଂଚଳର ମିର୍ ଅଜମେର ଅଲ୍ଲୀଙ୍କ ପୁତ୍ର ମିର୍ ବାଗଦାଦ (୫୮) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.