Home ଜଗତସିଂହପୁର ବିପିସିଏଲ କର୍ମଚାରୀଙ୍କ ୪୮ ଘଣ୍ଟିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବିପିସିଏଲ କର୍ମଚାରୀଙ୍କ ୪୮ ଘଣ୍ଟିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ

122

ଜଗତସିଂହପୁର-୯/୯ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ପାରାଦ୍ବୀପସ୍ଥିତ ଭାରତୀୟ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ ଫାଟକ ସମ୍ମୁଖରେ କର୍ମଚାରୀ ମାନେ ମ୍ୟାନେଜମେଣ୍ଟର ଅବିଚାର ପ୍ରତିବାଦରେ ୪୮ ଘଣ୍ଟିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ୨୦୧୮ ମସିହାରୁ ଏହି କମ୍ପାନୀ ଉପରିସ୍ଥ କର୍ମଚାରୀଙ୍କ ଦରମା ବୃଦ୍ଧି କରୁଥିବା ବେଳେ ଏଠାରେ କାର୍ଯ୍ୟରତ ଥିବା ସାଧାରଣ କର୍ମଚାରୀ ଓ ଠିକା କର୍ମଚାରୀଙ୍କ ଦରମାରେ କୌଣସି ବୃଦ୍ଧି କରିନଥିବା ଏବଂ କମ୍ପାନୀ କର୍ତ୍ତୃପକ୍ଷ ସାଧାରଣ କର୍ମଚାରୀମାନଙ୍କୁ କୌଣସି ସହଯୋଗ କରୁନଥିବା ନେଇ ବିପିସିଏଲ ଏମ୍ପ୍ଲୋଇଜ ୟୁନିଅନ ର ସଭାପତି ଶ୍ରୀଯୁକ୍ତ ହୃଷିକେଶ ରଥ କହିଛନ୍ତି।ମାନ୍ୟବର କୋର୍ଟ ଙ୍କ ନିର୍ଦେଶନାମା ଓ ଲେବର କମିଶନଙ୍କ ନିର୍ଦେଶ କୁ କମ୍ପାନୀ ମ୍ୟାନେଜମେଣ୍ଟ କର୍ତ୍ତୃପକ୍ଷ ମାନୁନଥିବା ସେ ସୂଚନା ଦେଇଛନ୍ତି। ବିପିସିଏଲ ପ୍ରତି ବର୍ଷ ଅଧିକ ରୁ ଅଧିକ ଲାଭ କରି ମହାରତ୍ନ ଉପାଧି ପାଇଥିବା ବେଳେ ସରକାର କାହିଁକି ଏହି ସଂସ୍ଥାକୁ ଘରୋଇ କମ୍ପାନୀ ଅଧୀନକୁ ଦେଇଦେବା ପାଇଁ ନିଷ୍ପତ୍ତି ନେଉଛନ୍ତି ସେ ନେଇ କର୍ମଚାରୀ ମାନେ ପ୍ରଶ୍ନ ଉଠାଇଛନ୍ତି।ସରକାରଙ୍କ ଏହି ନିଷ୍ପତ୍ତି କୁ ବିରୋଧ କରି ସେପ୍ଟେମ୍ବର ୭, ୮ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ସାଧାରଣ କର୍ମଚାରୀ। ଭାରତବର୍ଷର ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ୧୫୦୦୦ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ଯଦି ଏହି ସବୁ ସମସ୍ୟା ଉପରେ କୌଣସି ପଦକ୍ଷେପ ନିଆନଯାଏ ତେବେ ମାନ୍ୟବର କୋର୍ଟ ଓ ଲେବର କମିଶନଙ୍କ ଦ୍ୱାରସ୍ଥ ହୋଇ ତାଙ୍କରି ନିର୍ଦେଶାନୁସାରେ ପଦକ୍ଷେପ ନିଆଯିବ ବୋଲି ସଭାପତି ଶ୍ରୀଯୁକ୍ତ ରଥ ମତପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.