Home ଜିଲ୍ଲା ପରିକ୍ରମା ବିପିଏମ୍‌ଙ୍କ ବହିଷ୍କାର ଦାବିରେ ମହିଳା ମହାସଂଘର ପ୍ରତୀକ ଗଣଧାରଣା ଓ ଗଣ ସତ୍ୟାଗ୍ରହ

ବିପିଏମ୍‌ଙ୍କ ବହିଷ୍କାର ଦାବିରେ ମହିଳା ମହାସଂଘର ପ୍ରତୀକ ଗଣଧାରଣା ଓ ଗଣ ସତ୍ୟାଗ୍ରହ

79

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଜୀବିକା ମିଶନର ବ୍ଲକ୍ ପ୍ରକଳ୍ପ ପରିଚାଳକଙ୍କ ମନମୁଖୀ ତଥା ବେଆଇନ୍ କାର୍ଯ୍ୟ ପ୍ରତିବାଦରେ ଆଜି ମା’ ଭଦ୍ରକାଳୀ ଜିଲା ମହିଳା ମହାସଂଘ ପକ୍ଷରୁ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଗଣଧାରଣା ସହ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏଥି ଉପଲକ୍ଷେ ଜିଲାର ବିଭିନ୍ନ ବ୍ଲକ୍‌ର ମହିଳା ମହାସଂଘର କର୍ମକର୍ତ୍ତାମାନେ ଯୋଗଦେଇ ଗଣଧାରଣାରେ ବସିଥିଲେ । ସେମାନଙ୍କ ଅଭିଯୋଗ ମୂଳେ ଓଡ଼ିଶା ଜୀବିକା ମିଶନରେ କାର୍ଯ୍ୟ କରୁଥିବା ବିପିଏମ୍ ମାନେ କୋଭିଡ୍ ପରିସ୍ଥିତି ସମୟରେ ବିଭିନ୍ନ ମହିଳା ମହାସଂଘର ସଭାନେତ୍ରୀ ଓ ସଂପାଦିକା ମାନଙ୍କୁ ବେଆଇନ୍ ଭାବେ ବହିଷ୍କାର କରି ନୂତନ ସଭାନେତ୍ରୀ ଓ ସଂପାଦିକା ଚୟନ ପୂର୍ବକ ମହାସଂଘ ମଧ୍ୟରେ ବିଭେଦ ଓ ଅଶାନ୍ତି ସୃଷ୍ଟି କରୁଛନ୍ତି । ଫଳରେ ପ୍ରତି ବ୍ଲକ୍‌ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଉଛି । ବିପିଏମ୍ ମାନେ ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ତେଣୁ ତାଙ୍କ ମନ ପସନ୍ଦର କର୍ମକର୍ତ୍ତା ଚୟନ ବେଆଇନ୍ ଭାବେ କରୁଥିବାର ବିଷୟ ଏହି ମହାସଂଘ ଅଭିଯୋଗ କରିଛି । ତେଣୁ ସେହି ବିପିଏମମାନଙ୍କ ବହିଷ୍କାର ଦାବି କରି ମହିଳା ମହାସଂଘ ଗଣ ସତ୍ୟାଗ୍ରହ ଆରମ୍ଭ କରିଥିବା ବିଷୟ କହିଛନ୍ତି ମହାସଂଘର ସଭାନେତ୍ରୀ ତାପସୀ ଦାସ, ସଂପାଦିକା କଲ୍ୟାଣୀ ଦାସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.