Home ଓଡ଼ିଶା  ବିପଦ ଶଙ୍କୁଳ ଅବସ୍ଥାରେ ରାସ୍ତାରେ ଥୁଣ୍ଟା ଆମ୍ବ ଗଛ

 ବିପଦ ଶଙ୍କୁଳ ଅବସ୍ଥାରେ ରାସ୍ତାରେ ଥୁଣ୍ଟା ଆମ୍ବ ଗଛ

86

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨୬/୯- ନୟାଗଡ ଜିଲ୍ଲା ରଣପୁର ପୁର୍ତ୍ତ ବିଭାଗ ଅଧିନରେ ଥିବା ରାଜସୁନାଖଳା ଠାରୁ ଚାନ୍ଦପୁର ରାସ୍ତା ଉଭୟ ପାଶ୍ୱର୍ରେ ଅନେକ ଆମ୍ବ ଗଛ ଓ ବର ଗଛ ଶୁଖିଯାଇ ଥୁଣ୍ଟା ଅବସ୍ଥାରେ ରହିଅଛି । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ  ଗାଡି ମୋଟର,ମଟର ସାଇକେଲ ଆଦିରେ ଲୋକ ମାନେ ଯାତାୟତ କରିଥାନ୍ତି । କେତେବେଳେ ଯେ ଥୁଣ୍ଟା ଗଛ ଗୁଡିକ ଭାଙ୍ଗି ପଡି ଯାତାୟତ କରୁଥିବା ଯାତ୍ରୀଙ୍କ ଜୀବନ ନ ନେବ ସେକଥା କହି ହେବନାହିଁ ।

ଏହି ଭଳି ଦେଖିବାକୁ ମିଳିଛି ରଣପୁର ରୁ ଚମ୍ପତିପୁର ରାସ୍ତା ମଝି ଓ ରଘୁନାଥପୁର ଛକରେ ଲୋକମାନେ ଭୟଭୀତ ଅବସ୍ଥାରେ ଯାତାୟତ କରୁଛନ୍ତି । ଏ ସର୍ମ୍ପକେ ରଣପୁର ପୁର୍ତ୍ତ ବିଭାଗ ଯନ୍ତ୍ର୍ରୀ ଦୟାନିଧି ରାୟଗୁରୁଙ୍କ ସହ ଯୋଗାଯୋଗ କରିବାରେ  କୁହନ୍ତି ରାସ୍ତା କଡରେ ଥିବା ଥୁଣ୍ଟା ଗଛ ଗୁଡିକର ମାଲିକାନା ହେଉଛି ବନ ବିଭାଗର  । ବନ ବିଭାଗକୁ ଲେଖାଗଲେ ବନ ବିଭାଗ ଗଛ କାଟିବାରେ ବିଳମ୍ବ କରୁଛନ୍ତି । ଏବେ ଯେଉଁ ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଅଛି  ସେହି ଗଛଗୁଡିକ କାଟିବା ପାଇଁ ବହୁଶିଘ୍ର ବନବିଭାଗକୁ ଲେଖାଯିବ  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.