Home ଆମ ପର୍ବ ପର୍ବାଣୀ ବିନା ଭକ୍ତରେ ପାଳିତ କଳାହାଣ୍ଡିର ଶେଷ ଦଶହରା, ଆମପାଣି ବୁଢାରଜା ଙ୍କ ଦଶହରା

ବିନା ଭକ୍ତରେ ପାଳିତ କଳାହାଣ୍ଡିର ଶେଷ ଦଶହରା, ଆମପାଣି ବୁଢାରଜା ଙ୍କ ଦଶହରା

128

କଳାହାଣ୍ଡି- ତା.୦୮.୧୧.୨୦୨୦ ( ଓଡିଆପୁଅ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି- ନବରଂଗପୁର ସୀମାରେ ଆମପାଣି ଘାଟିତଳେ ଥିବା ସେହି ଅଂଚଳର ପ୍ରମୂଖ ଦେବ ପୀଠ ବୁଢାରଜା ପୀଠରେ ଦଶହରା ପର୍ବ ସାଂପ୍ରତିକ କୋଭିଡ ନିୟମାନୁସାରେ ୧୪୪ ଧାରା ମଧ୍ୟରେ ପାଳିତ ହୋଇଯାଇଛି । ପରଂପରା ବଜାୟ ରଖିବାକୁ ସମସ୍ତ ନିୟମାନୁଯାୟୀ ପୂଜା ବିଧି ପାଳନ କରାଯାଇଥିବା ବେଳେ ଅନ୍ୟ ବର୍ଷ ପରି ଲୋକ ସମାଗମ ହୋଇନଥିବା ଦେଖାଯାଇଛି । ଆଖପାଖ ଅଂଚଳରୁ ଲାଠିଯାତ୍ରା ସମେତ ମନ୍ଦିରମଧ୍ୟରେ ପରଂପରା ଅନୁଯାୟୀ ପୂଜା ବିଧି ଅନୁସାରେ ଦଶହରା ପର୍ବ ପାଳନ କରାଯାଇଥିବା ଜଣାପଡିଛି ।

ପ୍ରତିବର୍ଷ ଚତୁର୍ମାସ୍ୟା ପରେ ଦଶହରା ମାସରେ ଦେବା ଦେବୀ ପୂଜା ଆରମ୍ଭ ହୋଇ ମାସ ତମାମ ବିଭିନ୍ନ ଦେବାଦବୀ ପୀଠରେ ପୂଜା ପରଂପରା ରହି ଆସିଛି । ବିଶେଷ କରି ଦଶହରା ସମୟରେ ପ୍ରତିଟି ଗାଁରେ ଥିବା ଦେବୀ ପୀଠମାନଙ୍କ ରେ ଦଶହରା ପର୍ବ ଦଶହରା ମାସ ସାରା ପାଳିତ ହୋଇଥାଏ । କଳାହାଣ୍ଡିରେ ଏହି ପରଂପରା କିନ୍ତୁ ସ୍ୱତନ୍ତ୍ର । ଦଶହରା ମାସପରେ ମଧ୍ୟ କଳାହାଣ୍ଡିରେ ଦଶହରା ପର୍ବ ପାଳିତ ହୋଇଥାଏ । ଦଶହରା ପୂର୍ଣ୍ଣୀମା ପରେ କାର୍ତିକ ମାସର ପ୍ରଥମ ଶନିବାର ଦିନ ବୁଠାରଜାଙ୍କ ଦଶହରା ପର୍ବ ପାଳିତ ହୋଇଥାଏ । ଆଖପାଖ ଅଂଚଳର ପ୍ରମୂଖ ଦେବାଦେବୀ ପୀଠ ଭାବେ ଆମପାଣି ବୁଢାରଜା ପୀଠ ର ସ୍ୱାତନ୍ତ୍ରତା ରହିଛି । ରାଜାରାଜୁଡା ଶାସନ ସମୟରେ କଳାହାଣ୍ଡି ଗଡଜାତକୁ ସୁରକ୍ଷା ଦେବାପାଇଁ କଳାହାଣ୍ଡି ସୀମାନ୍ତରେ ଭୈରବ ଦେବ ରାଜା ବେଶରେ ବିରାଜମାନ କରୁଥିବା ଜନଶୃତି ରହିଛି । ପରବର୍ତି ପର୍ଯ୍ୟାୟରେ ସେଠାରେ ବୁଢାରଜା ନାମରେ ପୂଜା ପାଇଆସୁଥିବା ଲୋକ ମୁଖରୁ ଜଣାପଡିଛି । ଏହି ଆମପାଣି ବୁଠାରଜା ପୀଠରେ ଦଶହରା ପର୍ବରେ ପଡୋଶୀ ନବରଂଗପୁର ଜିଲ୍ଲା ସମେତ ବିଭିନ୍ନ ଅଂଚଳରୁ ହଜାର ହଜାର ଲୋକ ସମାଗମ ହୋଇ ଦଶହରା ପର୍ବ ପାଳିତ ହୋଇଥାଏ । ବୁଢାରଜା ପୀଠରେ ଶ୍ରଦ୍ଧାଳୁଙ୍କ ମନସ୍କାମ ପୂରଣ ହେଉଥିବା ମଧ୍ୟ ବିଶ୍ୱାସ ରହିଛି । ଦଶହରା ସମୟରେ ବିଭିନ୍ନ ଅଂଚଳରୁ ଆସୁଥିବା ଦେବାଦେବୀଙ୍କ ଲାଠିଯାତ୍ରା ଅନନ୍ୟ ।

ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ପୋଲିସ ବିଭାଗ ଓ ପ୍ରଶାସନ ପକ୍ଷରୁ ସଜାଗ ଦୃଷ୍ଟି ଦିଆଯାଇ ଶାନ୍ତି ଶୃଙ୍ଖଳା ସହିତ ବୁଢାରଜା ଦଶହରା ପର୍ବ ପାଳିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.