Home ଜିଲ୍ଲା ପରିକ୍ରମା ବିନା ଏନଓସିରେ ଜନବସତିରେ ଗ୍ୟାସ୍ ଷ୍ଟକ୍ ପଏଣ୍ଟ ସ୍ଥାପନ : ସ୍ଥାନାନ୍ତର ଦାବିରେ କସିପଦା ସରପଞ୍ଚଙ୍କ...

ବିନା ଏନଓସିରେ ଜନବସତିରେ ଗ୍ୟାସ୍ ଷ୍ଟକ୍ ପଏଣ୍ଟ ସ୍ଥାପନ : ସ୍ଥାନାନ୍ତର ଦାବିରେ କସିପଦା ସରପଞ୍ଚଙ୍କ ଅନଶନ

153

ବାଲେଶ୍ୱର, ୩୧ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ଜନବସତି ମଧ୍ୟରେ ଉଜ୍ଜ୍ୱଳା ଗ୍ୟାସ୍ ସିଲିଣ୍ଡର ଗୋଦାମ ସ୍ଥାପନକୁ ବିରୋଧ କରି ସଦର ବ୍ଲକ କସିପଦା ସରପଞ୍ଚଙ୍କ ସମେତ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଥିଲେ। ଗ୍ୟାସ ସିଲିଣ୍ଡର ଷ୍ଟକ୍ ପଏଣ୍ଟ ସ୍ଥାପନ ଓ ଉପଭୋକ୍ତାଙ୍କୁ ବଣ୍ଟନ ପାଇଁ ଷ୍ଟକିଷ୍ଟ୍ ଭାବେ ରୂପସା ପୋଡ଼ାଡିହା ଅଞ୍ଚଳର ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକଙ୍କୁ ଅନୁମୋଦନ ମିଳିଥିବା ବେଳେ ବିନା ଏନଓସିରେ ଏବେ ଗୋଦାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଅନଶନରେ ବସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କସିପଦା ଗ୍ରାମ ପଞ୍ଚାୟତରେ ଏହି ଷ୍ଟକ୍ ପଏଣ୍ଟ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଥିଲେ ବି କେଉଁ ସ୍ଥାନରେ ହେବ, ସେ ସମ୍ପର୍କରେ କିଛି ଉଲ୍ଲେଖ କରା ନଯିବା ଫଳରେ ସ୍ଥାନୀୟ ସରପଞ୍ଚ ଅନୀତା ବେହେରା ଏନଓସି ଦେଇ ନଥିଲେ। ଏହା ସତ୍ତ୍ୱେ ଶ୍ରୀମତୀ ପଟ୍ଟନାୟକଙ୍କ ପକ୍ଷରୁ ଜନବସତି ଅଞ୍ଚଳରେ କିପରି ଗୋଦାମ ନିର୍ମାଣ ହେଉଛି ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି।ଏମିତିକି ସରପଞ୍ଚଙ୍କ ସମେତ ଗ୍ରାମବାସୀମାନେ ବାଲେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ପୂର୍ବରୁ ଆପତ୍ତି ଜଣାଇଥିଲେ ବୋଲି ସେମାନେ କହିଛନ୍ତି। ମାତ୍ର ପ୍ରାଶସନ ପକ୍ଷରୁ ଅଦ୍ୟାବଧି କ୍ଷେତ୍ର ତଦନ୍ତ ହୋଇ ନଥିଲେ ବି ଷ୍ଟକ୍ ପଏଣ୍ଟ ନିର୍ମାଣ ଚାଲିବା ଯୋଗୁଁ ସେମାନେ ଶେଷରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତି ନେଇଥିବା ଗ୍ରାମବାସୀମାନେ କହିଛନ୍ତି। ଧାରଣାକାରୀଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ସଦର ଶାଖାର କର୍ମକର୍ତ୍ତା ମାନସ କୁମାର ଦତ୍ତ, ଗୌରାଙ୍ଗ ଦାସ, ରବୀନ୍ଦ୍ର ମହାପାତ୍ର, ଅନ୍ତର୍ଯ୍ୟାମୀ ବେହେରା, ଗଙ୍ଗାଧର ରାଉତ, ଦେବବ୍ରତ କର, ସଂଜୟ ଗିରି, ଅରୂପ ଜେନା ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ଥିଲେ। ଏହି ଅବସରରେ ଧାରଣାକାରୀମାନେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ଜନସାଧାରଣଙ୍କ ସ୍ୱାର୍ଥରେ କସିପଦା ପଞ୍ଚାୟତରେ ହେଉଥିବା ଗ୍ୟାସ ସିଲିଣ୍ଡର ଷ୍ଟକ୍ ପଏଣ୍ଟ ନିର୍ମାଣ ଯୋଗୁଁ ଦେଖା ଦେଇଥିବା ବିବାଦ ସମ୍ପର୍କରେ ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନଙ୍କୁ ପଚାରିବାରୁ ସେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ବିରୋଧକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ଚିଠିମୂଳେ ସେ ବ୍ଲକ ଅଧ୍ୟକ୍ଷ ଭାବେ ଏନଓସି ପ୍ରଦାନ କରିଥିବା ଶ୍ରୀ ପ୍ରଧାନ ସଫେଇରେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.