Home ଜିଲ୍ଲା ପରିକ୍ରମା ବିଧାୟକଙ୍କୁ ଦାବିପତ୍ର ଦେଲା ଜିଲ୍ଲା ଡ୍ରାଇଭର ମହା ସଂଘ

ବିଧାୟକଙ୍କୁ ଦାବିପତ୍ର ଦେଲା ଜିଲ୍ଲା ଡ୍ରାଇଭର ମହା ସଂଘ

33

ନବରଙ୍ଗପୁର, ୨୩/୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଓଡ଼ିଶା ଡ୍ରାଇଭର ମହାସଂଘର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ଡ୍ରାଇଭର ସଂଘର ସଦସ୍ୟମାନେ ୧୧ଦଫା ଦାବି ପୂରୁଣ କରିବାକୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଦାବି ପ୍ରତ୍ର ପ୍ରଦାନ କହିଛନ୍ତି। ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲାର ୩ ଜଣ ବିଧାୟକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଥାଉକି ୨୦୨୨ ଏପ୍ରିଲ ମାସ ୧୮ ତାରିଖରେ ବିଶାଳ ରାଲି ସହିତ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ଧାରଣା ଦେଇଥିଲେ। ୩ ମାସରେ ଦାବି ପୂରଣ କରିବାକୁ ସରକାର ପ୍ରତଶ୍ରୁତି ଦେଇଥିଲେ। ଆଜକୁ ୨ମାସ ହେଲା ଗୋଟିଏ ମଧ୍ୟ ଦାବି ପୂରଣ ହୋଇନ ଥିବାରୁ ବିଧାୟକଙ୍କୁ ପୁନର୍ବାର ଦାବିପ୍ରତ ପ୍ରଦାନ କରିଛନ୍ତି। ନିୟମ ଅନୁସାରେ ଏହାର ସମାଧାନ କରାଯିବ ବୋଲି ବିଧାୟକ କହିଛନ୍ତି। ଦାବିପତ୍ର ଦେବା ସମୟରେ ଜିଲ୍ଲା ଡ୍ରାଇଭର ସଂଘର ସଭାପତି ଦିଲ୍ଲୀପ କୁମାର ସୁନା ସମ୍ପାଦକ ଶୁଭମ୍ ରାଓ ସହ ସମ୍ପାଦକ ସୁକାନ୍ତ ସିଂ ଦାସ, କୋଷାଧ୍ୟକ୍ଷ ସୂବେନ୍ଦ୍ର କର୍କରା, ସମେତ ୧୦ ଟି ବ୍ଲକର ସଭାପତି ସମ୍ପାଦକ ମାନଙ୍କ ସହ ଜିଲ୍ଲାର ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.