ad
ଓଡ଼ିଶା

ବିଦ୍ୟୁତ ଦର ବୃଦ୍ଧି ଓ ଫ୍ରାଂଚାଇଜ୍ କର୍ମଚାରୀଙ୍କ ଛଟେଇ କାହା ସ୍ୱାର୍ଥରେ – ଯୁବ କଂଗ୍ରେସ

ଭୁବନେଶ୍ୱର ୨୯-୯ (ଓଡ଼ିଆ ପୁଅ) – ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡଃ ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦ ଓ ଫ୍ରାଂଚାଇଜ୍ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡ ସମ୍ମୁଖରେ ସମସ୍ତ କୋଭିଡ୍ ନିୟମର ପାଳନ ପୂର୍ବକ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡର ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କରୋନା ମହାମାରୀ ସମୟରେ ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ସେମାନଙ୍କ ଉପରେ ଏକ ଶକ୍ତ ଆଘାତ ଆଣିଦେଇଛି। ସବୁଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଯାବତ୍ ସମସ୍ତ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଅଂଟା ସଳଖି ପାରିନାହାଁନ୍ତି। ଅନ୍ୟପଟେ ପ୍ରବାସୀ ଶ୍ରମିକ ନିଜ ଗୁଜୁରାଣ ମେଂଟାଇବା ପାଇଁ ସକ୍ଷମ ହୋଇନଥିବା ବେଳେ ରାଜ୍ୟର ବହୁ ବେକାରକୀ ଯୁବକ ନିଜ ପରିବାରର ଭାର ବହନ କରିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି। ଯେଉଁ ସମୟରେ ବିଦ୍ୟୁତ ବ୍ୟବହାରର ୨୨ଭାଗ ଜଳ ବିଦ୍ୟୁତରୁ ଆସୁଛି ଏବଂ ୧୦ ଭାଗ ସୌରଶକ୍ତିରୁ ତ୍ୱରାନ୍ୱିତ ହେଉଛି ସମସ୍ତ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟମୂଲ୍ୟ ସର୍ବମୋଟ ଟ- ୨.୮୦ ପଇସାରୁ ଉର୍ଦ୍ଧ୍ୱ ହେବ ନାହିଁ। ଉତ୍ପାଦନ ଖର୍ଚ୍ଚ ଏତେ କମ୍ ଥାଇ ବିକ୍ରି ଖର୍ଚ୍ଚ ବୃଦ୍ଧି କରିବା ନିଶ୍ଚିତ ଭାବେ ନିନ୍ଦନୀୟ। ରାଜ୍ୟର ବଡ଼ ବିଭିନ୍ନ ବିତରକ କମ୍ପାନୀ ଓ ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ପାଖାପାଖି ୬ହଜାର କୋଟି ଟଙ୍କା ବକେୟା ଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବାକିଥିବା ୨.୫ ହଜାର କୋଟି ଟଙ୍କା ମଧ୍ୟ ଆଦାୟ ହୋଇନାହିଁ। ତେଣୁ ଏହିଭଳି ସ୍ଥଳେ ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧିକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦୃଢ଼ ବିରୋଧ କରୁଛି। ଓଡିଶା ବିଜୁଳି ଉତ୍ପାଦନରେ ସ୍ୱାବଲମ୍ବୀ ଥିବାବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ବିଦ୍ୟୁତ୍ ଯୋଗାଣ କରୁଛି। ସେହି ରାଜ୍ୟଗୁଡିକ ବିଦ୍ୟୁତ୍ ଦର ରିହାତି ପ୍ରଦାନ କରୁଥିବା ବେଳେ ଓଡିଶା ସରକାର କାହା ସ୍ୱାର୍ଥରେ ବିଦ୍ୟୁତ୍ ଦର ବୃଦ୍ଧି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଂଜନ ଲେଙ୍କା। ଗତକାଲି ପ୍ରଦେଶ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଯଦି ବିଜୁଳି ଦର ହ୍ରାସ ନହୁଏ ତେବେ ଯୁବ କଂଗ୍ରେସ ଜନ ଆନ୍ଦୋଳନକୁ ତୀବ୍ରତର କରିବା ସହ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଆଇନ୍‌କୁ ହାତକୁ ନେବାକୁ ମଧ୍ୟ ପଛଘୁଂଚା ଦେବନାହିଁ ବୋଲି ଯୁବ କଂଗ୍ରେସ ସଭାପତି ଡଃ ଲେଙ୍କା ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

ଦ୍ୱିତୀୟତଃ ସେସୁ ଦ୍ୱାରା ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି କାର୍ଯ୍ୟ କରିଥିବା ୮୬୦୦ ଫ୍ରାଂଚାଇଜ୍ କର୍ମଚାରୀମାନଙ୍କ ଛଟେଇକୁ ଯୁବ କଂଗ୍ରେସ କଡା ନିନ୍ଦା କରିବା ସହ ସେମାନଙ୍କ ପୁନଃ ନିଯୁକ୍ତି ଦାବି କରୁଛି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ, ସ୍ୱାଗତ କର, ନିହାର ରଂଜନ ବେହେରା, ସଂକୁନା କହଁର, ଜ୍ଞାନରଂଜନ ରାଉତ, ବିଶ୍ୱରଂଜନ ଦାସ, ଆଦିତ୍ୟ ପରିଡା, ଗୌତମ ଦାସ, ବିରଂଚି ବାରିକ, ରିତୁଲ ମହାରଣା, ମୁନି ଥାପା, ଇତିସ୍ମିତା ପାତ୍ର ଏବଂ ଓପେଫାର ଆବାହକ ଶିଲାଦିତ୍ୟ ପଟ୍ଟନାୟକ, ସୁମିତ୍ ପରିଡା, ବିଶ୍ୱଜିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top