Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ବିଭାଗର ବିଚିତ୍ର ନୀତି, ବାସୁଦେବପୁରରେ ପତ୍ର ହଲିଲେ ଧାମରାରେ ବିଦ୍ୟୁତ କାଟ୍

ବିଦ୍ୟୁତ୍ ବିଭାଗର ବିଚିତ୍ର ନୀତି, ବାସୁଦେବପୁରରେ ପତ୍ର ହଲିଲେ ଧାମରାରେ ବିଦ୍ୟୁତ କାଟ୍

108

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ୩ଦିନ ହେବ ବିଜୁଳି ଖେଳ ଖେଳୁଥିବା ବେଳେ ବିଦ୍ୟୁତ ବିଭାଗ କେଉଁ ସମୟରେ ବିଦ୍ୟୁତ ସରବରାହ ସ୍ୱାଭାବିକ ହେବ ସେ ନେଇ ଉତ୍ତର ରଖିବାକୁ ନାରାଜ । ବାସୁଦେବପୁର ଠାରୁ ୪୮ କି.ମି ଦୂର ଧାମରା ଅଂଚଳରେ ବସବାସ କରୁଥିବା ସାଧାରଣ ଜନତା କିପରି ଏ ବିଦ୍ୟୁତ ସରବରାହ ପାଇବେ ଏବଂ ଆଶ୍ୱସ୍ଥ ଅନୁଭବ କରିବେ ସେନେଇ ପ୍ରଶ୍ନବାଚୀ ହୋଇ ପଡିଛି । ୩ଦିନ ହେବ ବିଦ୍ୟୁତ ବିଭାଗର କାଳକ୍ଷେପଣ ନୀତିରେ ଜନଜୀବନ ଅସ୍ତବ୍ୟସ୍ଥ ହୋଇ ପଡିଥିବା ବେଳେ ଏହି ୩ଦିନ ମଧ୍ୟରେ କୌଣସି ସମୟରେ ଦୀର୍ଘ ୧ଘଂଟା କ୍ରମାନ୍ୱୟରେ ବିଦ୍ୟୁତ ବିଭାଗ ସେବା ଯୋଗାଇବାରେ ସଫଳ ହୋଇ ପାରି ନାହାନ୍ତି ।ଏହାର ଉତ୍ତର ରଖିବାକୁ ଯାଇ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରୁନଥିବା ବେଳେ କାହିଁକି ବିଦ୍ୟୁତ କାଟ ହେଉଛି ସେ ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ରାଜି ହୋଇ ନଥିଲେ । ବହୁ ସମୟରେ ବାସୁଦେବପୁରକୁ ସୋରୋ ଗ୍ରୀଡରୁ ବିଦ୍ୟୁତ ଯୋଗାଣରେ ଅନିୟମିତତା ବୋଲି ବିଭାଗୀୟ ଅଧିକାରୀ ମତ ପୋଷଣ କରୁଥିବା ଜଣାଯାଇଛି । ସୋରୋ ରୁ ବାସୁଦେବପୁର ସବଡିଭିଜନକୁ ଟାଓାର ଲାଇନରେ ୩୩କେଭି ବିଦ୍ୟୁତ ଯୋଗାଣ ହେଉଥିବା ବେଳେ ବାସୁଦେବପୁରରୁ ପୁନଶ୍ଚ ଧାମରା ସବଡିଭିଜନକୁ ପୁରୁଣା ଖୁଂଟ ଏବଂ ତାର ରେ ଏହି ବିଦ୍ୟୁତ ଯୋଗାଣ ହୋଇଥାଏ ।ବାସୁଦେବପୁର ଠାରୁ ଧାମରାକୁ ଆସିଥିବା ଲାଇନରେ ବିଦେଇପୁର ଷ୍ଟ୍ରକଚରକୁ ମଧ୍ୟ ଏହା ସଂଯୋଗୀ କରଣ କରାଯାଇଛି । କୌଣସି ମୁହୁର୍ତ୍ତରେ ବିଦେଇପୁରରେ କୌଣସି ଅସୁବିଧା ହେଲେ ସେଥିପାଇଁ ଧାମରାକୁ ବିଦ୍ୟୁତ ସରବରାହ ବନ୍ଦ କରି କାର୍ଯ୍ୟ କରିବାକୁ ପଡିଥାଏ ।

ଏଥିସହ ବାସୁଦେବପୁର ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟ କରିବାକୁ ପଡିଲେ ସମୁଦାୟ ବିଦେଇପୁର ଏବଂ ଧାମରା ଗ୍ରାହକଙ୍କୁ ଅନ୍ଧାରରେ ରଖି କାର୍ଯ୍ୟ କରିଥାନ୍ତି । ଧାମରାକୁ ବିଦ୍ୟୁତ ଯୋଗାଣକୁ ନେଇ ବିଭାଗୀୟ ଅଧିକାରୀ ବର୍ତ୍ତମାନର ଟାଟା ପାଓାର କାର୍ଯ୍ୟ ନିର୍ବାହୀଙ୍କ ସହ ଯୋଗାଯୋଗ କରି ତୁରନ୍ତ ଟାଓାର ଲାଇନ ଅଥବା ବକ୍ସ ଖୁଂଟ ନିର୍ମାଣ କରିବାକୁ ଦାବୀ ରଖିଥିବା ବେଳେ ତାହା ଏବେ ସମ୍ଭବ ନୁହେଁ ବୋଲି ବିଭାଗୀୟ ଅଧିକାରୀ ମତବ୍ୟକ୍ତ କରିଛନ୍ତି । ଅନ୍ୟ ପକ୍ଷରେ ବାସୁଦେବପୁର ଠାରୁ ୨୩କି.ମି ଦୂରରେ ଥିବା ବାଲିମୁଣ୍ଡା ଠାରେ ଓପିଟିସିଏଲ ତରଫରୁ ଏକ ଷ୍ଟ୍ରକଚର କାର୍ଯ୍ୟ ଚାଲିଥିବା ବେଳେ ଏହା କେବେ ସଂପୂର୍ଣ ହେବ ସେ ନେଇ ମଧ୍ୟ ଉତ୍ତର ମିଳି ପାରି ନାହିଁ । ଅନ୍ୟ ପକ୍ଷରେ ବାଲିମୁଣ୍ଡା ଗ୍ରୀଡରୁ ଧାମରା ୨୫ କି.ମି ଦୂର ହେଉଥିବା ବେଳେ ବର୍ତ୍ତମାନ ଥିବା ବିଦ୍ୟୁତ ଖୁଂଟ ଏବଂ ତାର ବଦଳ କରା ନଗଲେ ଏହି କାର୍ଯ୍ୟକ୍ରମର କିଛି ସ୍ୱଛତା ଆସିବା ଅସମ୍ଭବ କାରଣ ଦୀର୍ଘ ଦିନ ଧରି ଏହି ଲାଇନରେ ଖୁଂଟ ଏବଂ ତାର ପୁରୁଣା ହୋଇ ଯାଇଥିବାରୁ ବହୁ ସମୟରେ ପବନରେ ଏହି ଖୁଂଟ ଭାଙ୍ଗି ପଡିବାର ନଜିର ଅଛି । ତେଣୁ ତୁରନ୍ତ ଧାମରା ଲାଇନରେ ଖୁଂଟ ଏବଂ ତାର ବଦଳାଇବାକୁ ଦାବୀ ହୋଇଛି । ଅମ୍ଫାନ କ୍ଷୟକ୍ଷତି ପାଇଁ ୧୪କୋଟି ଟଙ୍କା କେବଳ ବିଦ୍ୟୁତ ସରବରାହ ପାଇଁ ଖର୍ଚ କରିବାକୁ କେନ୍ଦ୍ର ସରକାର ଦେଇଥିବା ବେଳେ ତାହା କେବେ ଖର୍ଚ କରାଯିବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ହୋଇପଡିଛି ।ଦୀର୍ଘ ୩ ଦିନ ହେବ କାଳବୈଶାଖୀ ଲାଗି ରହିଥିବା ବେଳେ ବିଦ୍ୟୁତ ବିଭାଗୀୟ ଅଧିକାରୀ ଏହି ୪୮ କି.ମି ଲାଇନରେ ଷ୍ଟାଫ କମ୍ ଥିବାରୁ ଠିକ ସମୟରେ କୌଣସି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁ ନାହିଁ ବୋଲି ମତ ପୋଷଣ କରିଛନ୍ତି । ତୁରନ୍ତ ଏହି ଲାଇନରେ ସମସ୍ତ କାର୍ଯ୍ୟ ସାରିବାକୁ ସର୍ବସାଧାରଣରେ ଦାବୀ ହୋଇଥିଲେ ମଧ୍ୟ ବର୍ଷାଦିନରେ ଧାମରା ଅଂଚଳର ବିଦ୍ୟୁତ ଉପଭୋକ୍ତା ଦିନ ଦିନ ଧର ଅନ୍ଧାରରେ ରହିବେ ବୋଲି ଭବିଷ୍ୟବାଣି କଲେଣି । ଆଗାମୀ ଦିନରେ ଧାମରା ଉପଭୋକ୍ତା ଆଉ ବିଦ୍ୟୁତ ଦେୟ ଦେବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଲେଣି ତୁରନ୍ତ ଏହି ଲାଇନରେ ଥିବା ସମସ୍ତ ଅସୁବିଧାକୁ ଦୂର କରି ବର୍ଷା ଦିନ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବା ଜରୁରୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.