Home ଓଡ଼ିଶା ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ରଣପୁର ବ୍ଲକ କଂଗ୍ରେସର ଧାରଣା

ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ରଣପୁର ବ୍ଲକ କଂଗ୍ରେସର ଧାରଣା

28

ନୟାଗଡ/୦୬/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କରୋନା ସମୟରେ ଲୋକମାନେ ଜୀବନ ଜୀବିକା ହରାଇ ବଂଚିବା ପାଇଁ ସଂଗ୍ରାମ କରୁଥିବା ବେଳେ ରାଜ୍ୟ ସରକାର ବାରମ୍ବାର ବିଦ୍ୟୁତ୍ ଦର ବଢାଇ ଚାଲିଛନ୍ତି । ଯାହାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଆହ୍ୱାନ ରେ ରଣପୁର ବ୍ଲକ କଂଗ୍ରେସ କମିଟି ସଭାପତି ଦିଲ୍ଲୀପ ଜେନା ଙ୍କ ନେତୃତ୍ୱ ରେ ରଣପୁର ବିଦ୍ୟୁତ୍ ବିଭାଗ ଅଫିସ ଆଗରେ ପ୍ରତିକ ଧାରଣା ଦିଆଯାଇଥିବା ଜଣାପଡିଛି । ଦର କମାଇବା ପାଇଁ ରଣପୁର ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ବିକାଶ ସେନାପତି ଙ୍କୁ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଦେଇଥିବା ଜଣାପଡିଛି ।

ଏଥିରେ ବ୍ଲକ କଂଗ୍ରେସ କମିଟି ର ଧୃବ ଚରଣ ପରିଡା, ଶତ୍ରୁଘ୍ନ ପାଇକରାୟ, ମିର୍ ଆବୁ ବକର୍ ସିଦ୍ଧିକ୍ , ସୁଦର୍ଶନ ପ୍ରଧାନ ଆଦି ବହୁ ନେତା ସାମିଲ୍ ହୋଇଥିଲେ । ସରକାରଙ୍କ ଉପୋଭୋକ୍ତା ଶୋଷଣ ନିତୀକୁ ସମାଲୋଚନା କରାଯାଇଥିଲା । ବିଦ୍ୟୁତ୍ ଦର ହ୍ରାସ ନହେଲେ ଆଗାମୀ ଦିନରେ ରଣପୁର ବ୍ଲକ କଂଗ୍ରେସ କମିଟି ଆନ୍ଦୋଳନ କୁ ଜୋରଦାର କରିବ ବୋଲି ସଭାପତି କହିଛନ୍ତି । ଏ ସର୍ମ୍ପକେ ରଣପୁର ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ବିକାଶ ସେନାପତି କହିଛନ୍ତି ଯେ ମେମୋରାଣ୍ଡମ୍ ଟି ଉପରିସ୍ତ ବିଭାଗୀୟ ଅଧିକାରୀ ଙ୍କ ନିକଟ କୁ ପଠାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.