Home ଜିଲ୍ଲା ପରିକ୍ରମା ବିଦ୍ୟା ଆହରଣ ନିମନ୍ତେ ରହିଛି ବିଦ୍ୟାଳୟ କିନ୍ତୁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି! ଅଭିଭାବକ ମହଲରେ...

ବିଦ୍ୟା ଆହରଣ ନିମନ୍ତେ ରହିଛି ବିଦ୍ୟାଳୟ କିନ୍ତୁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି! ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ

6

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ଆଜିର ଛାତ୍ର କାଲି ର ଭବିଷ୍ୟତ”। ଶିକ୍ଷା ର ବିକାଶ ରେ ଦେଶ ର ବିକାଶ ସମ୍ଭବ। ଏଣୁ ଏଥିପାଇଁ ଗୁଣବତା ଶିକ୍ଷା ପ୍ରଦାନ କେବଳ ହେଲେ ହେବନି ଏହା ସହ ବିଦ୍ୟାଳୟ ର ବାତାବରଣ , ଗମନାଗମନ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ର କୋରୁଆ ନୋଡାଲ ଉପ୍ରା ବିଦ୍ୟାଳୟ ରେ ଶିକ୍ଷା କେନ୍ଦ୍ର ର ପାରିପାର୍ଶ୍ୱିକ ଅବସ୍ଥା କୁ ଦେଖିଲେ ଯେ କେହି ଅଭିଭାବକ ନିଜ ପିଲା ଙ୍କୁ ପଢ଼ିବା ପାଇଁ ଛାଡ଼ିବେ ନାହିଁ। ବର୍ତମାନ ବର୍ଷା ଦିନ। ଟିକେ ଟିକେ ଲଗାଣ ବର୍ଷା ରେ ବିଦ୍ୟାଳୟ କୁ ଯିବା ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି। ପିଲାମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଶିକ୍ଷକ, ଶିକ୍ଷୟିତ୍ରୀ କି ଛାତ୍ର ଛାତ୍ରୀ ମାନେ କେହି ବି ବର୍ତି ନାହାଁନ୍ତି କାଦୁଅ କଚଡା ରୁ! ଉକ୍ତ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୯୦ ଛାତ୍ରଛାତ୍ରୀ ପଢୁଛନ୍ତି। କିନ୍ତୁ ବର୍ଷା ଦିନ ରେ ଗମନା ଗମନ ଅସୁବିଧା ଯୋଗୁଁ ପିଲାମାନଙ୍କ ସଂଖ୍ୟା ଅଧା ରୁ ଆହୁରି କମି ଯାଉଚି ଯାହା ତାଙ୍କ ଶିକ୍ଷା ଆହରଣ ରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଉଛି। ଏଣୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପୂର୍ବକ ଖୁବ୍ ଶୀଘ୍ର ରାସ୍ତା ର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.