Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କ ସେଣ୍ଟର ଫର ଏକ୍ସେଲେନ୍ସ ସ୍କୁଲ ସମୀକ୍ଷା

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କ ସେଣ୍ଟର ଫର ଏକ୍ସେଲେନ୍ସ ସ୍କୁଲ ସମୀକ୍ଷା

27

ବାଲେଶ୍ୱର, ୨୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲାର ‘ସେଣ୍ଟର ଫର ଏକ୍ସେଲେନ୍ସ’ସ୍କୁଲମାନଙ୍କର ଏକ ସମୀକ୍ଷା ବୈଠକ ସ୍ଥାନୀୟ ଜିଲା ସ୍କୁଲ ସଭାଗୃହରେ ମଙ୍ଗଳବାର ଅନୁ୍‍ଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ଏଥିରେ ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ବାଲେଶ୍ୱର ଜିଲାର ବିଦ୍ୟାଳୟଗୁଡ଼ିକର ସଫଳ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ବି ଏହି ଧାରା ବଜାୟ ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ.ସନାତନ ପଣ୍ଡା ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମୋ ସ୍କୁଲ ଅଭିଯାନ କାର୍ଯ୍ୟକାରିତାରେ ବାଲେଶ୍ୱର ଜିଲାର ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି କହିଥିଲେ। ଲଗାତର ଭାବେ ତୃତୀୟଥର ପାଇଁ ବାଲେଶ୍ୱର ଜିଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବା ବାସ୍ତବିକ ପ୍ରଶଂସନୀୟ ପ୍ରୟାସ ବୋଲି ସେ ମତ ପ୍ରକାଶ କରିଥିଲେ। ଏନେଇ ଜିଲା ଶିକ୍ଷାଧିକାରୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ବିଦ୍ୟାର୍ଥୀଙ୍କୁ ସେ ସାଧୁବାଦ ଜଣାଇଥିଲେ। ଜିଲାସ୍କୁଲର ପୁରାତନ ଛାତ୍ର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତୁଳସୀ ରଂଜନ ମିଶ୍ର ବାଲେଶ୍ୱରର ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ୮ ଲକ୍ଷ ଟଙ୍କା ପ୍ରଦାନ କରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲାସ୍କୁଲ ପକ୍ଷରୁ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରର ସଫଳତାକୁ ପାୱାର ପଏଌକ୍ଷଗ୍ଧ; ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ପ୍ରାରମ୍ଭରେ ଜିଲାସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ମୋ ସ୍କୁଲ ସଙ୍ଗୀତ ଗାନ କରାଯାଇ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ଜିଲାସ୍କୁଲର ପ୍ରଧାନ ଶିକ୍ଷକ ଡ.ପ୍ରଫୁଲ କୁମାର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.