Home ଜଗତସିଂହପୁର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ନିମନ୍ତେ ଦ୍ୱିତୀୟ...

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ପେନ୍ ସନ୍ ଅଦାଲତ ଅନୁଷ୍ଠିତ

328

ଜଗତସିଂହପୁର-୧୮/୭ (ଓଡିଆ ପୁଅ/ନୃସିଂହ ଚରଣ ବାରିକ)- ଆଜି ପୂର୍ବାହ୍ନରେ ଜିଲ୍ଲ୍।ପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲ୍।ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ପେନ୍ ସନ୍ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଦାଲତରେ ଯୋଗଦେଇ ସାଧାରଣ ପ୍ରଶାସନ ଓ ପେନ୍ ସନ୍ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଶେଖର ଭୁୟାଁ କହିଲେ ରାଜ୍ୟ ସରକାର ପ୍ରତ୍ୟେକ କର୍ମଚାରୀଙ୍କୁ ଅବସର ପାଇବା ଦିନ ପେନ୍ ସନ୍ ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି। ସାରା ରାଜ୍ୟରେ ପେନ୍ ସନ୍ ଅଦାଲତ କରାଯାଇ ପଡିରହିଥିବା ପେନ୍ ସନ୍ କେସ୍ ଗୁଡିକ ତୁରନ୍ତ ସମାଧାନ କରାଯିବ। ପେନ୍ ସନ୍ ଓ ପେନ୍ ସନ୍ ସଂମ୍ବନ୍ଧୀୟ ପ୍ରାପ୍ୟ ଫଏସଲା ଦିଗରେ ଏହି ପେନ୍ ସନ୍ ଅଦାଲତ ସହାୟକ ହୋଇପାରିବ। କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ପ୍ରୋଭିଜିନାଲ ପେନ୍ ସନ୍ ପ୍ରଦାନ କରିବାକୁ ପେନ୍ ସନ୍ ମଂଜୁର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପେନ୍ ସନ କେସ୍ ଫଏସଲା କରିବାରେ ବିଳମ୍ବ ହେଲେ ସଂପୃକ୍ତ ପେନ୍ ସନ୍ ମଂଜୁର ଅଧିକାରୀ ଓଡିଶା ସିଭିଲ ସର୍ଭିସ ପେନ୍ ସନ୍ ରୁଲ ଅନୁଯାୟୀ ଦଣ୍ଡିତ ହେବେ। କୈାଣସି ଅଧିକାରୀ କିମ୍ବା କର୍ମଚାରୀ ଅବସର ଗ୍ରହଣ କରିବାର ୪ମାସ ପୂର୍ବରୁ ତାଙ୍କର ପେନ୍ ସନ୍ ପେପର ଆକାଉଣ୍ଟାଣ୍ଟ ଜେନେରାଲ ଓ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍ କୁ ପଠାଇବାକୁ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ। ଜଗତସିଂହପୁର ଜିଲ୍ଲ୍। ଏକ ଶିକ୍ଷିତ ଓ ଐତିହ୍ୟ ସଂପନ୍ନ ଜିଲ୍ଲା ହୋଇଥିବାରୁ ଏହି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜିଲ୍ଲାକୁ ଅମିମାଂସିତ ମୁକ୍ତ ପେନ୍ ସନ୍ ଜିଲ୍ଲ୍। ଭାବେ ପରିଣତ କରିବାକୁ ପଡିବ। ଏହି ପେନ୍ ସନ୍ ଅଦାଲତରେ ଯୋଗଦେଇ ଅତିରିକ୍ତ ଜିଲ୍ଲ୍।ପାଳ ଶ୍ରୀ ସଚିଦାନନ୍ଦ ସାହୁ କହିଲେ ଆଗରୁ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନେ ପେନ୍ ସନ୍ ନପାଇ ବିଭିନ୍ନ ଦପ୍ତର ବୁଲୁଥିଲେ। ଏବେ କଣ୍ଟ୍ରୋଲର ଅଫ୍ ଏକାଉଣ୍ଟସ୍ ବ୍ୟଗ୍ର ଅଛନ୍ତି କେମିତି ଅଧିକରୁ ଅଧିକ ପେନ୍ ସନ୍ କେସ୍ ଫଏସଲା ହେବ। କଣ୍ଟ୍ରୋଲର ଅଫ୍ ଏକାଉଣ୍ଟସ୍ ବିଭାଗର ଯୁଗ୍ମ କଣ୍ଟ୍ରୋଲର ଶ୍ରୀମତୀ ଦିଭାରାଣୀ ଡୋରା ଯୋଗଦେଇ କହିଲେ ଆଜିର ୨ୟ ପର୍ଯ୍ୟାୟ ପେନ୍ ସନ୍ ଅଦାଲତରେ ଏରସମା, ନାଉଗାଁ, କୁଜଙ୍ଗ ତିର୍ତ୍ତୋଲ ବ୍ଲକର ଅମିମାଂସିତ ଥିବା ପେନ୍ ସନ୍ କେସ୍ ଗୁଡିକର ଶୁଣାଣୀ ହେଉଅଛି। ମୋଟ ୬୩ଟି ପେନ୍ ସନ୍ କେସ୍ ମଧ୍ୟରୁ ଜିଲ୍ଲ୍। ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ୩୧ଟି, ଏରସମା ବ୍ଲକର ୦୮ଟି, କୁଜଙ୍ଗ ବ୍ଲକର ୧୦ଟି, ନାଉଗାଁ ବ୍ଲକର ୪ଟି ଓ ତିର୍ତ୍ତୋଲ ବ୍ଲକର ୧୦ଟି କେସ୍ ପୁଙ୍ଖାନୁପୁଙ୍ଖ ଶୁଣାଣୀ କରାଯାଇଥିଲା। ସେଥି ମଧ୍ୟରୁ ୪୦ଟି କେସ୍ ର ତୁରନ୍ତ ଫଏସଲା କରାଯାଇଥିଲା। ଏହି ପେନ୍ ସନ୍ ଅଦାଲତରେ ଯୋଗଦେଇ ଏ.ଜି.ର ବରିଷ୍ଠ ଆକାଉଣ୍ଟସ୍ ଅଧିକାରୀ ଶ୍ରୀ ମନୋରଂଜନ ପାଣୀଗ୍ରାହୀ କହିଲେ ଗତ ଫେବୃୟାରୀ ୨୮ ତାରିଖରେ ହୋଇଥିବା ପେନ୍ ସନ୍ ଅଦାଲତରେ ଏ.ଜି.ରୁ ପେନ୍ ସନ୍ ପାଉଥିବା ଜିଲ୍ଲାର ୨୮ଟି କେସ୍ ର ଅନୁପାଳନର ଲିଖିତ ବିବରଣୀ ଆଜିର ଅଦାଲତରେ ସମୀକ୍ଷା ହୋଇଛି। ଯଥାଶୀଘ୍ର ପେନ୍ ସନ୍ ଅନୁମୋଦନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ପେନ୍ ସନ୍ ଅଦାଲତରେ ମୋଟ ୧୬୫ଟି ପେନ୍ ସନ୍ କେସ୍ ଶୁଣାଣୀ କରାଯାଇ ୧୧୫ଟି କେସ୍ ର ତୁରନ୍ତ ଫଇସଲା କରାଯାଇଥିଲା। ଏହି ପେନ୍ ସନ୍ ଅଦାଲତରେ ଉପ-ଜିଲ୍ଲ୍।ପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି, ସାଧାରଣ ପ୍ରଶାସନ ପେନ୍ ସନ୍ ଅଭିଯୋଗ ବିଭାଗର ସେକ୍ସନ୍ ଅଫିସର ଶ୍ରୀ ସୁବୋଧ କୁମାର ଦାସ, ଏ.ଏସ୍ .ଓ, ଶ୍ରୀ ସନ୍ତୋଷ କୁମାର ମଲ୍ଲି କ ଶ୍ରୀ ଜ୍ଞାନେନ୍ଦ୍ର କୁମାର ମିଶ୍ର, ସେକ୍ସନ୍ ଅଫିସର, ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ, ବ୍ଲକ ଶିକ୍ଷା ଅଧିକାରୀଗଣ, ସହକାରୀ ଜିଲ୍ଲ୍।ପାଳ ଶ୍ରୀମତୀ ବିନୀତା ଦାଶ, ଜିଲ୍ଲ୍। ସୂଚନା ଓ ଲୋକ ସଂପକ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ, ଜିଲ୍ଲ୍। ବିଜ୍ଞାନ ପରିଦର୍ଶକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ, ନାଉଗାଁ ତହସିଲଦାର ଶ୍ରୀମତୀ ଜେ.କଲ୍ପନା, ୪ଟିବ୍ଲକରୁ ଆସିଥିବା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.