ad
ଓଡ଼ିଶା

ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଭୁଲ ସୂଚନା ପାଇଁ ନବୋଦୟ ଚୟନ ପରୀକ୍ଷାରୁ ବଞ୍ଚିତ ହେଲେ ଆଦିବାସୀ ଛାତ୍ର

ହରିଚନ୍ଦନପୁର ,ତା ୫ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସମସ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସରକାରଙ୍କ ନିୟମ ଅନୁଯାୟୀ ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଠାୟନ ନିମନ୍ତେ ଅଧିକ ସ୍ଥାନ ରହିଥିବା ସହ ସେମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ସାଧାରଣତଃ ସରକାର ଆଦିବାସୀ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇ ଗଢିଉଠିଛି ଅନେକ ଶିକ୍ଷାନୁଷ୍ଠାନ । ଆଦିବାସୀ ଶ୍ରେଣୀର ଲୋକଙ୍କ ପାଖରେ ଟଙ୍କା ଅଭାବକୁ ନେଇ ସମସ୍ତ ଅଭିଭାବକମାନେ ଛାତ୍ର ଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଓ ଉଚ୍ଚ ଶିକ୍ଷିତ କରିବା ଆଶାରେ ଲାଗିପଡିଥାନ୍ତି । ହେଲେ ଜଣେ ପ୍ରଧାନ ଶିକ୍ଷକଙ୍କ ଭୁଲ ସୂଚନା ପାଇଁ ଜଣେ ଆଦିବାସୀ ଛାତ୍ର ନବୋଦୟ ଚୟନ ପରୀକ୍ଷାରୁ ବଞ୍ଚିତ ହୋଇଥିବାର ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଳିମାଟି ଗ୍ରାମର ସତ୍ୟାନନ୍ଦ ନାଏକଙ୍କ ପୁଅ ଅଭୟ ନାଏକ ଭୁଲ ସୂଚନା ପାଇଁ ଚୟନ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ଅଭୟଙ୍କ କହିବା ଅନୁଯାୟୀ କାଳିମାଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ନାଏକ ଅଭୟଙ୍କର ନାମ ହରିଚନ୍ଦନପୁର ହାଇସ୍କୁଲର ପରିକ୍ଷା କେନ୍ଦ୍ରରେ ରହିଥିବା ବେଳେ ତାଙ୍କୁ ଜଙ୍ଘିରା ହାଇସ୍କୁଲର ପରିକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ସୂଚନା ଦେଇଥିଲେ । ଅଭୟ ଶିକ୍ଷକଙ୍କ କଥା ମାନି ଗ୍ରାମର ଜଣେ ମହିଳା ଅଭିଭାବକଙ୍କ ସାଙ୍ଗରେ ଜଙ୍ଘିରା ହାଇସ୍କୁଲର ପରିକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ପହଞ୍ଚିଥିଲେ । ହେଲେ ତାଙ୍କ ଅଡମିଟ୍ କର୍ଡରେ ହରିଚନ୍ଦନପୁର ପରିକ୍ଷା କେନ୍ଦ୍ରରେ ତାଙ୍କର ନାମ ରହିଥିବାର ଦେଖି ଉପସ୍ଥିତ ଶିକ୍ଷକମାନେ ଅଭୟଙ୍କୁ ନିରାଶ କରି ଫାଟକ ବାହାରକୁ ପଠାଇ ଦେଇଥିଲେ । ଅଭୟ ଅନେକ ଆଗ୍ରହ ସହକାରେ ପରୀକ୍ଷା କେନ୍ଦ୍ରକୁ ଦୌଡି ଆସିଥିଲେ, ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନବୋଦୟ ବିଦ୍ୟାଳୟରେ ପଢିବି ଓ ଉଚ୍ଚ ଶିକ୍ଷିତ ହେବି ବୋଲି ତାଙ୍କର ବହୁତ ଆଶା ରହିଥିଲା । ହେଲେ ଟିକେ ଟିକେ ଭୁଲ ପାଇଁ ଅଭୟଙ୍କର ସବୁ ଆଗ୍ରହ ଓ ଆଶା ଏକାଥରକେ ମାଟିରେ ମିଶିଗଲା । ଏହି ଭଳି ହରିଚନ୍ଦନପୁର ଅଞ୍ଚଳର ଅନେକ ଛାତ୍ର ଛାତ୍ରୀଙ୍କ ନାମ ଜଙ୍ଘିରା ପରିକ୍ଷା କେନ୍ଦ୍ରରେ ରହିଥିବା ବେଳେ ସେମାନେ ଜାଣିନପାରି ପରୀକ୍ଷା ଦେବା ପାଇଁ ହରିଚନ୍ଦନପୁର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ, ସେମାନେ ମଧ୍ୟ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବାର ଜଣାପଡିଛି । ନବୋଦୟ ଚୟନ ପରୀକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ଦୁଇଟି ପରୀକ୍ଷା କେନ୍ଦ୍ର ହରିଚନ୍ଦନପୁର ଓ ଜଙ୍ଘିରା ହାଇସ୍କୁଲ ଠାରେ ଖୋଲାଯାଇ ଆଲଫାବେଟ ନାମରେ ଛାତ୍ର ଛାତ୍ରୀଙ୍କ ନାମ ଦୁଇଟି କେନ୍ଦ୍ରରେ ରହିଥିଲା । ଯାହା ଫଳରେ ଗୋଟିଏ ସ୍କୁଲ କିମ୍ବା ଗୋଟିଏ ଗ୍ରାମର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ଜଣଙ୍କର ଯେଉଁ ପରୀକ୍ଷା କେନ୍ଦ୍ରରେ ପଡିଛି ସମସ୍ତଙ୍କର ସେହି କେନ୍ଦ୍ରରେ ପଡିଛି ବୋଲି ଭାବି ଏହିଭଳି ଭୁଲର ଶିକାର ହୋଇଛନ୍ତି ବୋଲି ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଜଙ୍ଘିରା ପାଖାପାଖି ଅଞ୍ଚଳର ଛାତ୍ର ଛାତ୍ରୀମାନଙ୍କ ପାଇଁ ଜଙ୍ଘିରା ପରୀକ୍ଷା କେନ୍ଦ୍ରରେ ନାମ ରହିବା ସହ ହରିଚନ୍ଦନପୁର ପାଖାପାଖି ଅଞ୍ଚଳର ଛାତ୍ର ଛାତ୍ରୀମାନଙ୍କ ନାମ ହରିଚନ୍ଦନପୁର ପରୀକ୍ଷା କେନ୍ଦ୍ରରେ ରହିଥିଲେ ଏହିଭଳି ଘଟଣା ଦେଖିବାକୁ ମିଳିନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top