ad
ଓଡ଼ିଶା

ବିଦ୍ଯୁତ କର୍ମଚାରୀଙ୍କୁ ଆକ୍ରମଣ କରି ୨ଲକ୍ଷ ୫ହଜାର ଟଙ୍କା ଲୁଟ

ରାୟଗଡା ୧/୧୨(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ସାଉଥକୋ ବିଦ୍ଯୁତ ବିଲ୍ ର ଅର୍ଥ ଆଦାୟ କେନ୍ଦ୍ରରୁ କର୍ମଚାରୀଙ୍କୁ ଆକ୍ରମଣକରି ଲୁଟ। ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ବିଦ୍ୟୁତ ବିଲ୍ ର ଅର୍ଥ ପୈଠ କେନ୍ଦ୍ରରୁ ଏକ ଠିକା କର୍ମଚାରୀଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ୨ ଲକ୍ଷ ୫ ହଜାର ଟଙ୍କା ଲୁଟ କରି ନେଇଯାଇଛନ୍ତି ଦୂର୍ବୁତ୍ତ । କର୍ମଚାରୀ ଜଣକ ଜେକେପୁର ନେହେରୁ ନଗରର ଓ ତାଙ୍କ ନାମ ବିଡିକା ରବିନ୍ଦ୍ର । ଦିନ ଦିପହରେ ଲୁଟେରା ମାନେ ଲୁଚି ରହିଥିବା ବେଳେ ଆଦାୟ ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିବା ପାଇଁ ଅଫିସରେ ତାଲା ପକାଇ ବାହାରିବା ସମୟରେ ପଛପଟୁ ଆକ୍ରମଣ କରି ଟଙ୍କା ଛଡାଇ ନେଇ ଯାଇଥିବା ଖବର ମିଳିଛି । ଆହତଙ୍କ ବେକରେ ଆଲୁମିନିୟମ ତାରରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କର୍ମଚାରୀ ଜଣକ ଅଚେତ ଅବସ୍ଥାରେ ପଡିଥିବା ବେଳେ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ରାୟଗଡ଼ା ମୁଖ୍ଯ ଚିକିତ୍ସା ଭର୍ତ୍ତି କରିଛନ୍ତି। ଘଟଣା ସ୍ଥଳରେ ଚାନ୍ଦିଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top