Home ଓଡ଼ିଶା ବିଦେଶରୁ ସ୍ୱାମୀର ଶବ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ

ବିଦେଶରୁ ସ୍ୱାମୀର ଶବ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ

15

କେନ୍ଦ୍ରାପଡା, ୧୭ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ ) : ବିଦେଶରେ ଜଣେ ଶ୍ରମିକ ଭାବେ ମୂଲଲାଗି ପରିବାର ପ୍ରତିପୋଷଣ କରୁଥିବା ଜନୈକ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ସେ ସମ୍ପର୍କରେ ଖବର ପାଇ ବିଦେଶରୁ ସ୍ୱାମୀର ଶବ ଫେରାଇ ଆଣିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ତାଙ୍କ ପତ୍ନୀ। କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ପ୍ରଧାନ ପଟକିରା ଗ୍ରାମର କବିତା ବାରିକଙ୍କ ସ୍ୱାମୀ ପ୍ରଭାକର ବାରିକ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଦୋହା କତାରରେ ରହି ଡେଜଟ ଲାଇନ ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରି ଆସୁଥିଲେ। ଗତ ମଙ୍ଗଳବାର ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିବା କମ୍ପାନୀ ପକ୍ଷରୁ ତାଙ୍କ ପରିବାରକୁ ଫୋନ ଯୋଗେ ସୂଚନା ଦିଆଯାଇଥିଲା। ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ପ୍ରଭାକରଙ୍କର ଆର୍ଥିକ ଦୁରାବସ୍ଥା ଯୋଗୁଁ ତାଙ୍କ ଶବ ଫେରାଇ ଆଣିବାକୁ ତାଙ୍କ ପତ୍ନୀ କବିତା ବାରିକ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.