ad
ଓଡ଼ିଶା

ବିଜେଡ଼ିର ମିଶ୍ରଣ ପର୍ବ – ନବାଗତ ଯୁବ-ମହିଳାକର୍ମୀଙ୍କୁ ଦଳରେ ସ୍ୱାଗତ

ବାଲେଶ୍ୱର, ୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ତତ୍ପରତା ପରିଲକ୍ଷିତ ହେଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ନିଜର କର୍ମୀମାନଙ୍କୁ ନେଇ ଆଶାୟୀ ଅଛନ୍ତି। ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ ମଧ୍ୟ ଜାରି ରହିଛି। ଆଜି ସଂଧ୍ୟାରେ ବାଲେଶ୍ୱର ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ପୌରାଞ୍ଚଳ ୨୭ ନମ୍ବର ୱାର୍ଡ଼ର ବହୁ କଂଗ୍ରେସ ଯୁବକର୍ମୀ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ସାଂସଦ ଇଂ- ରବୀନ୍ଦ୍ର କୁମାର ଜେନା ଏବଂ ସମାଜସେବୀ ତଥା ‘ରେବତୀ’ ପତ୍ରିକାର ସଂପାଦିକା ସୁବାସିନୀ ଜେନା ସେମାନଙ୍କୁ ଦଳର ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ସେକ୍ ନୁରୁଦ୍ଦିନ, ସେକ୍ ଅମିରୁଦ୍ଦିନ, ସେକ୍ ଅବଦୁଲ ଆର୍ସାଦ, ସଦ୍ଦାମ ହୁସେନ, ସେକ ଆଲାମ, ସେକ ନିୟାଜୁଦ୍ଦିନ, ଏମ ଡି ଆକିଲ, ଆଫରୋଜ ଆଲାମ, ମୁଜାହିଦ୍ଦ ପରବେଜ୍ ଏବଂ ବିଜେପି ଆଇ-ଟି ସେଲ୍ ରୁ କୁମାର ଚିନୁ ଏବଂ ଜ୍ୟୋତିପ୍ରକାଶ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅନ୍ୟ ଦଳର ବହୁ ମହିଳା କର୍ମୀ ମଧ୍ୟ ଆଜିର ଏହି ମିଶ୍ରଣ ପର୍ବରେ ଯୋଗ ଦେଇ ବିଜେଡ଼ିରେ ସାମିଲ୍ ହେବା ସହ ଶପଥ ନେଇଥିଲେ। ଜୟଶ୍ରୀ ବିଶ୍ୱାଳ, ସୁଲେଖା ସେନ, ସାନ୍ତ୍ୱନା ବାରିକ, ସିପ୍ରା ସାମଲ, ମମତା ସାମଲ, ବାସନ୍ତୀ ବର୍ଦ୍ଧନ, ରଞ୍ଜିତା ମଲ୍ଲିକ, ସମସ୍ୱତୀ ମହାଳିକ, କମଳା ମହାନ୍ତି, ସଂଯୁକ୍ତା ମଲ୍ଲିକ, ଦେୱାନ୍ତି ଚୌଧୁରୀ, ଝୁମା ବିବି ପ୍ରମୁଖ ମହିଳା ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର‌୍ୟ୍ୟରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ଏହି କର୍ମୀଙ୍କ ସକ୍ରିୟ କାର‌୍ୟ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବାର ସହାୟକ ହେବ ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ।ଏହି ମିଶ୍ରଣ ପର୍ବରେ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top