Home ଓଡ଼ିଶା ବିଜେପି ସାଂସଦଙ୍କୁ ମୋଦି ଦେବେ ଗୁରୁ ମନ୍ତ୍ରଣା

ବିଜେପି ସାଂସଦଙ୍କୁ ମୋଦି ଦେବେ ଗୁରୁ ମନ୍ତ୍ରଣା

278

ନୂଆଦିଲ୍ଲୀ,୦୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଉଛି ବିଜେପିର ଦୁଇ ଦିନିଆ ଅଭ୍ୟାସ ବର୍ଗ । ଯେଉଁଥିରେ ଦଳର ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦ ଯୋଗଦେବେ ।ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ମୋଦି-ଶାହ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ରହିବେ । ତେବେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଅଭ୍ୟାସ ବର୍ଗରେ ଯୋଗଦେଇପାରନ୍ତି ବୋଲି ସୂଚନା ମିଳିଛି ।  ସଂସଦରେ କିପରି ବିଜେପି ସାଂସଦମାନେ ଭଲ ପ୍ରଦର୍ଶନ କରିବେ ? ବିଶେଷକରି ପ୍ରଥମ ଥର ନିର୍ବାଚିତ ହୋଇଥିବା ଦଳର ୧୩୩ ଜଣ ଏମପିଙ୍କ ଭୂମିକା କ’ଣ ରହିବ ? ବିଭିନ୍ନ ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ କିପରି ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବେ ? ଲୋକମାନଙ୍କ ପ୍ରତି ସେମାନଙ୍କର ଉତ୍ତରଦାୟିତ୍ୱ କ’ଣ ? ଗଣମାଧ୍ୟମରେ ମତାମତ ରଖିବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ? ଏମପି ଲ୍ୟାଡ ଫଣ୍ଡ୍‌ର କିପରି ସଦୁପଯୋଗ କରିବେ ସେନେଇ ପ୍ରଶିକ୍ଷଣ ନେବେ ବିଜେପି ସାଂସଦ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.