Home ଜିଲ୍ଲା ପରିକ୍ରମା ବିଜେପି ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ବିଶେଶ୍ୱର ଟୁଡୁଙ୍କ ପିତୃ ବିୟୋଗରେ ରାଜ୍ୟ ବିଜେପିର ଗଭୀର...

ବିଜେପି ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ବିଶେଶ୍ୱର ଟୁଡୁଙ୍କ ପିତୃ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

61

ଭୁବନେଶ୍ୱର, ୧୩/୧୧(ଓଡ଼ିଆ ପୁଅ) : ବିଜେପି ରାଷ୍ଟ୍ରୀୟ ସଂପାଦକ, ରାଜ୍ୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷ ତଥା ମୟୁରଭଂଜ ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କ ପିତା ସୁକୁଲୁ ଟୁଡୁଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ସ୍ୱର୍ଗତଃ ଟୁଡୁ ଜଣେ ସମାଜସେବୀ ଭାବେ ଜଣାଶୁଣା ଥିଲେ। ତୃଣମୂଳସ୍ତରରେ ସେ ଅନେକ ଲୋକହିତକର କାର୍ଯ୍ୟ କରିଛନ୍ତି। ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ମୃତ୍ୟୁରେ ମୟୁରଭଂଜ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତଃ ଟୁଡୁଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.