ad
ଓଡ଼ିଶା

ବିଜେପି କୋରାପୁଟ ଜିଲ୍ଲା ସାଧାରଣ ସଂପାଦକଙ୍କ ସହ ବହୁ କର୍ମୀ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର, ୨୫/୩ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେପି କୋରାପୁଟ ଜିଲ୍ଲା ସାଧାରଣ ସଂପାଦକ ଭଗବାନ ପେଟିଆ, ଜୟପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅନୁପ ପାତ୍ର ଏବଂ ତାଙ୍କର ଶତାଧିକ ସମର୍ଥକ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ନେତା ଓ କର୍ମୀଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି। ଏହି ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ।

ଏହି ଅବସରରେ ବିଜେଡିରେ ଯୋଗ ଦେଇଥିବା ନେତାମାନେ କହିଥିଲେ ଯେ ବିଜେପିର କୌଣସି ନୀତି ଓ ନୈତିକତା ନାହିଁ। ଦଳ ସଂପୂର୍ଣ୍ଣ ଅସାମ୍ବିଧାନିକ ବିଧିବ୍ୟବସ୍ଥାରେ ଚାଲିଛି। ଦଳରେ ଯେଉଁମାନେ ସଂଗଠନ କରନ୍ତି ଏବଂ ଦଳ ପାଇଁ କାର୍ଯ୍ୟ କରନ୍ତି, ସେମାନଙ୍କୁ ଅବହେଳା କରାଯାଏ। ଅପରପକ୍ଷେ ବିଜୁ ଜନତା ଦଳରେ ଦୃଢ଼ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପ୍ରତି ଆମେମାନେ ଆକୃଷ୍ଟ ହୋଇ ଆଜି ବିଜେଡିରେ ସାମିଲ ହୋଇଛୁ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top