Home ଜିଲ୍ଲା ପରିକ୍ରମା ବିଜେପିର ମିଶ୍ରଣ ପର୍ବ-ଯୁବମୋର୍ଚ୍ଚା କର୍ମୀ ସମ୍ମିଳନୀ

ବିଜେପିର ମିଶ୍ରଣ ପର୍ବ-ଯୁବମୋର୍ଚ୍ଚା କର୍ମୀ ସମ୍ମିଳନୀ

47

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ସଦର ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ଦୁଇ ପ୍ରମୁଖ ଦଳ ବିଜେପି ଓ ବଜେଡି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଦୁଇଦଳ ପକ୍ଷରୁ ଏବେ କର୍ମୀ ସଂଗ୍ରହ ଓ କର୍ମୀ ସମ୍ମିଳନୀକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଏକ ଯୁବମୋର୍ଚ୍ଚା କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଏଥିରେ ଅଧ୍ୟକ୍ଷତା ସହ ଅନ୍ୟାନ୍ୟ ଦଳରୁ ଆସି ଭାଜପାରେ ଯୋଗଦାନ କରିଥିବା ସମସ୍ତ ଯୁବକର୍ମୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ବିଜେପିରେ ଅନ୍ୟାନ୍ୟ ଦଳରୁ କର୍ମୀଙ୍କ ଯୋଗଦାନ ଦଳୀୟ ସଂଗଠନକୁ ସୁଦୃଢ଼ କରିଥିବା ବେଳେ ଆସନ୍ତା ଉପ-ନିର୍ବାଚନରେ ନିଶ୍ଚିତ ସଫଳତା ମିଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏଥି ସହିତ ଆସନ୍ତା ନିର୍ବାଚନରେ ସାଂଗଠନିକ କାର୍ଯ୍ୟକୁ କିପରି ଆଗେଇ ନେବେ ଓ ରଣନୀତି କ’ଣ ରହିବ ସେ ସମ୍ପର୍କରେ ଜିଲ୍ଲା ସଭାପତି ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ପ୍ରକାର ଭେଦଭାବ ଭୁଲି ଦଳୀୟ ଏକମନ ହୋଇ ପ୍ରାର୍ଥୀଙ୍କ ବିଜୟ ପାଇଁ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବାଲେଶ୍ୱର ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରୁ ଅନ୍ୟାନ୍ୟ ଦଳରୁ ଆସିଥିବା ଯୁବକର୍ମୀଙ୍କୁ ଦଳୀୟ ଉତ୍ତରୀରୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ବିଜେପି ରାଜ୍ୟସ୍ତରୀୟ କର୍ମକର୍ତ୍ତା ସିପ୍ରା ବାଜପେୟୀ, ସୁଷମା ବିଶ୍ୱାଳ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କମଳା ବିନ୍ଧାଣୀ, ବିଜେପି ନଗର ସଭାପତି ଚିତ୍ତରଂଜନ ପଣ୍ଡାଙ୍କ ସମେତ ସଂଯୁକ୍ତା ମହାପାତ୍ର, ଅଭିପ୍ସା ନାୟକ, ମହୁଆ ପ୍ରଧାନ, ସୀତାକାନ୍ ସ୍ୱାଇଁ ପ୍ରମୁଖ ଏଥିରେ ଯୋଗଦେଇ ଉପସ୍ଥିତ କର୍ମୀମାନଙ୍କୁ ନିର୍ବାଚନୀ ରଣନୀତି ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବରୁ ବିଜେପି ଦଖଲରେ ଥିବା ସଦର ଆସନରେ ପୁଣି ଦଳୀୟ ପ୍ରାର୍ଥୀ କିପରି ବିଜୟ ଲାଭ କରିବ ସେ ସମ୍ପର୍କରେ ବକ୍ତାମାନେ ମନ୍ତ୍ର ଦେଇଥିଲେ। ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରୁ ବହୁ ଯୁବକର୍ମୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.