Home ଓଡ଼ିଶା ବିଜେପିର ପ୍ରସ୍ତାବ ନୀତୀଶ କୁମାରଙ୍କୁ ନାମଞ୍ଜୁର, ନୂଆ ମୋଦୀ ସରକାରରେ ଜେଡ଼ିୟୁରୁ କେହି ହେବେନି ମନ୍ତ୍ରୀ

ବିଜେପିର ପ୍ରସ୍ତାବ ନୀତୀଶ କୁମାରଙ୍କୁ ନାମଞ୍ଜୁର, ନୂଆ ମୋଦୀ ସରକାରରେ ଜେଡ଼ିୟୁରୁ କେହି ହେବେନି ମନ୍ତ୍ରୀ

1563

ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନୂଆ କ୍ୟାବିନେଟରେ ନୀତୀଶ କୁମାରଙ୍କର ଜନତା ଦଳ ୟୁନାଇନେଟ (JDU) ର କୌଣସି ନେତା ସାମିଲ ହେବେନାହିଁ।

ଜେଡିୟୁ ପ୍ରମୁଖ ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଘୋଷଣା କରିଛନ୍ତି। ନୀତୀଶ କୁମାର କହିଲେ କି ବିଜେପି ଯେଉଁ ପ୍ରସ୍ତାବ ଆମ ସମ୍ମୁଖରେ ରଖିଥିଲା ତାହା ତାଙ୍କୁ ମଞ୍ଜୁର ନୁହେଁ। ଅବଶ୍ୟ ସେ କହିଛନ୍ତି କି ଆମେ ଏନଡିଏ ସହିତ ସମ୍ପୂର୍ଣ୍ଣ ଭାବରେ ଠିଆ ହୋଇ ରହିବୁ।

ସୂଚନାଯୋଗ୍ୟଯେ, ଏନ୍.ଡ଼ି.ଏରେ ବିଜେପିର ସହଯୋଗୀ ଦଳ ଭାଗରେ କେବଳ ଗୋଟିଏ ଲେଖାଁଏ ମନ୍ତ୍ରୀ ପଦ ଦେବାକୁ କୁହାଯାଇଥିଲା। ଏହା ନୀତୀଶ କୁମାରଙ୍କୁ ନାମଞ୍ଜୁର ଥିବାରୁ ମୋଦୀଙ୍କର ନୂଆ କ୍ୟାବିନେଟରେ ନୀତୀଶ କୁମାରଙ୍କର ଜନତା ଦଳ ୟୁନାଇନେଟ (JDU) ର କୌଣସି ନେତା ସାମିଲ ହେବେନାହିଁ ବୋଲି ଜଣାପଡ଼ୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.