Home କେନ୍ଦୁଝର ବିଜେପିର ପ୍ରଶିକ୍ଷଣ ଶିବିର ଉଦଯାପିତ

ବିଜେପିର ପ୍ରଶିକ୍ଷଣ ଶିବିର ଉଦଯାପିତ

20

ହାଟଡିହି-୨୧/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୁଇଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ପୁର୍ବତନ ସାଂସଦ ଅନନ୍ତ ନାୟକ ଯୋଗଦେଇ ଶିବିରାର୍ଥି ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଶିବିରରେ ଶହେଜଣ ଶିବିରାର୍ଥି ଯୋଗଦେଇଥିବାବେଳେ ଦଶଟି ସତ୍ରରେ ଶିକ୍ଷାର୍ôଥଙ୍କୁ ବୌଦ୍ଧିକ ପ୍ରଦାନ କରାଯାଇଥିଲା । ବିଭିନ୍ନ କଳାଅଂଶରେ ଆଲୋକସେଠୀ, ମହେଶ୍ୱର ସାହୁ, ରାମଚନ୍ଦ୍ର ସାହୁ, ଭଗବାନ ସାହୁ, ଅଶିମା ମିଶ୍ର, ବିଜୟ ରାଉତ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଯଜ୍ଞପ୍ରସାଦ ପ୍ରମୁଖ ବିଭିନ୍ନ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ମଣ୍ଡଳ ସଭାପତି କୈଳାଶ ସାମଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଧାନସଭା ସଂଯୋଜକ ସୁଶାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଜଗତଜୀବନ ଦେବତା, ଦୀପକ ଜେନା, କୃଷ୍ଣ ଜେନା, ପବିତ୍ର ମୋହନ ମଲ୍ଲିକ, ମାନସ ଜେନା, ଡମ୍ବରୁ ମହାଳିକ, ପିନାକୀ ଜେନା, ଆଲୋକ ଜେନା, ସଂଗ୍ରାମ ବେହେରା, କମ୍ବୁନାଥ ପାତ୍ର, ଅମୀୟ ଜେନା, ନରେନ୍ଦ୍ର ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.