Home ଜିଲ୍ଲା ପରିକ୍ରମା ବିଜେପିରେ ମିଶ୍ରଣ ପର୍ବ

ବିଜେପିରେ ମିଶ୍ରଣ ପର୍ବ

115

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଛତାବର ଛକରେ ବୁଧବାର ଭାରତୀୟ ଜନତା ପାର୍ଟ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରହ୍ଲାଦ ସାହୁଙ୍କ ସଂଚାଳନାରେ ଅନୁଷ୍ଠିତ ମିଶ୍ରଣ ପର୍ବକୁ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଭାରତମାତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉଦଘାଟନ କରି ଦଳର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ କର, ପ୍ରକାଶ ମହାପାତ୍ର, ଜୟସ୍ମୀତା ଗୋଚ୍ଛାୟତ, ସୁବର୍ଣ୍ଣମୁଖି ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ପୂର୍ବତନ ସଭାପତି ପ୍ରଦୀପ ସାହୁ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରିଶ ସାମଲ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ରବ୍ରତ ଦାସ, ମହିଳାମୋର୍ଚ୍ଚା ସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ଅଜୟ କୁମାର ପାତ୍ର ପ୍ରମୁଖ ଉଦବୋଧନ ଦେଇ ନବାଗତଙ୍କୁ ସ୍ୱାଗତ କରିଥିଲେ । ଅନ୍ରମାନଙ୍କ ମଧ୍ୟରେ ରବିନାରାୟଣ ସାହ, ଶିବାନନ୍ଦ ସାହୁ, ଯୁବମୋର୍ଚ୍ଚା ସଭାପତି ପ୍ରବୀଣ ରାଉତ, ପ୍ରଭାତ ରାଉତ ପ୍ରମୁଖ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ପୁଲିସ ଅଧିକ୍ଷକ ଯଶୋବନ୍ତ ନାରାୟଣ ମହାପାତ୍ର, ରାମଚନ୍ଦ୍ରପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ କେତକୀ ସାମଲ, ପ୍ରଭାତୀ ମହାପାତ୍ର, ଚଳଚିତ୍ର ଅଭିନେତା ସ୍ୱରାଜ ମହାପାତ୍ର, ଗଗନ ଦାସ, ଉମାକାନ୍ତ ପ୍ରଧାନ, କାହ୍ନୁ ମୁଦୁଲି, ମନୋଜ ପ୍ରଧାନ, ପଦ୍ମନାଭ ରାଉତ, ଲମ୍ବେଦର ମଲ୍ଲିକ, ଅକ୍ଷୟ ସ୍ୱାଇଁ, ସୋମନାଥ ସେନାପତି, ଆକାଶ ସ୍ୱାଇଁ, ସୁଧାକର ସେନାପତି, ଗୌରାଙ୍ଗ ସାହୁ, କରୁଣାକର ସ୍ୱାଇଁ, ଅଶୋକ ସ୍ୱାଇଁ, ହରପ୍ରସନ୍ନ ରାଉତ, ଦିନବନ୍ଧୁ ରାଉତ, ଅଶୋକ ଗୁରୁ, ଅକ୍ଷୟ ସାମଲ, ରବିନ୍ଦ୍ର ରାଉତ, ସତ୍ୟବ୍ରତ ଦାସ, ରମାକାନ୍ତ ଦାସ, ପ୍ରଦୀପ ଜେନା, ସନ୍ତୋଷ ଜେନା ପ୍ରମୁଖ ଅନ୍ୟାନ୍ୟ ରାଜନୈତିକ ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦେଇଥିଲେ । ନବାଗତମାନଙ୍କୁ ଦଳୀୟ ଉତ୍ତରୀୟ, ଟୋପି ଓ ପଦ୍ମଫୁଲ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ପ୍ରଦ୍ୟୁମ୍ନ ସେନାପତି ଧନ୍ୟବାଦ ଦେଇଥିଲେ । ଭାଗବାନ ସାମଲ, ରାଜେଶ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.