Home ଜିଲ୍ଲା ପରିକ୍ରମା ବିଜେଡି ପକ୍ଷରୁ ଜନ ସଚେତନତା ଅଭିଯାନ ଓ ମାସ୍କ ବଂଟନ

ବିଜେଡି ପକ୍ଷରୁ ଜନ ସଚେତନତା ଅଭିଯାନ ଓ ମାସ୍କ ବଂଟନ

54

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଧାମନଗର ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା ଓ ମାସ୍କ ବଂଟନ କାର୍ଯ୍ୟକ୍ରମ ଧାମନଗର ବ୍ଲକ ଧୁଷୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଧୁଷୁରୀସ୍ଥିତ ହୃଦାନନ୍ଦ ମଲ୍ଲିକ ପାଠାଗାର ଠାରେ ଏହି କାର୍ଯ୍ୟକ୍ରମରେ ଦଳର ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲା ବିଜେଡି ଯୁବ ସଭାପତି ମୁକୁନ୍ଦଦେବ ସାମଲ, ବିବିସିସି ସଭାପତି ରଘୁନାଥ ଲେଙ୍କା, ସମିତିସଭ୍ୟ ହରେକୃଷ୍ଣ ପାଢୀ ଓ ପ୍ରଦୀପ ମଲ୍ଲିକ, ବିଜେଡି ମହିଳା ବ୍ଲକ ସଭାନେତ୍ରୀ ସୁରତି ନାୟକ, ସାଂସଦ ପ୍ରତିନିଧି ନାରାୟଣ ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ଏଥିରେ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କ ଜନହିତକାରୀ କାର୍ଯ୍ୟ ଓ କରୋନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଦଳ ପକ୍ଷରୁ ଲୋକଙ୍କୁ ମାସ୍କ ବଂଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.