Home ଜିଲ୍ଲା ପରିକ୍ରମା ବିଜେଡି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ

ବିଜେଡି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ

57

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଜୁ ଜନତା ଦଳ ପକ୍ଷରୁ ଆଜି ଧାମନଗର ବ୍ଲକ ଦୋବଲ ହାଟ ପରିସରରେ ଜନ ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ ଅନୁଷ୍ଠିତ ହୋଇଯାଇଛି । ଦଳର ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ପ୍ରଦୀପ ମଲ୍ଲିକ, ଏନଏସି ସଭାପତି ସୁଶାନ୍ତ ରାଉତ, ସାରଦା ପ୍ରସନ୍ନ ସାହୁ, ପ୍ରାକ୍ତନ ସରପଞ୍ଚ ଅତିଶ ରଂଜନ ନନ୍ଦ, ଶରତ ଚନ୍ଦ୍ର ମାଝୀ, ପୂର୍ବତନ ସମିତି ସଭ୍ୟ ପ୍ରତାପ ସାମଲ, ଯୁବନେତା କୃଷ୍ଣଚନ୍ଦ୍ର ପତି, ସମିତିସଭ୍ୟ ବିରଜା ପ୍ରସନ୍ନ ରାଉତ, ପୂର୍ବତନ ଜିଲା ପରିଷଦ ସଭ୍ୟ ନିରାକାର ତରାଇ, ମାନସ ରାଉତ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ପରେ ଉପସ୍ଥିତ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.