Home ଜିଲ୍ଲା ପରିକ୍ରମା ବିଜୁଳି ଓ ପାନୀୟ ଜଳଯୋଗାଣର ସ୍ଥାୟୀ ସମାଧାନ ନେଇ ରାଜପଥ ଅବରୋଧ

ବିଜୁଳି ଓ ପାନୀୟ ଜଳଯୋଗାଣର ସ୍ଥାୟୀ ସମାଧାନ ନେଇ ରାଜପଥ ଅବରୋଧ

256

ବଲାଙ୍ଗୀର, ୧୫-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ନ ହେବା ନେଇ ସ୍ଥାନୀୟ ଲୋକେ ମୁଖ୍ୟ ରାସ୍ତା ଚାରି ଘଣ୍ଟା ଧରି ଅବରୋଧ କରିଥିଲେ। ବିଭିନ୍ନ ୱାର୍ଡ କୁ ପାନୀୟ ଜଳ ଯୋଗାଣ ସାତ ଦିନ ଧରି ନ ଆସିବ ଓ ସହରରେ ମନଇଚ୍ଛା ସପ୍ତାହ କୁ ଥରେ ମାତ୍ର ଯୋଗେଇ ବିଭିଗୀୟ ଅଧିକାରୀ ମନମୁଖୀ କାର୍ଯ୍ୟକୁ ନେଇ ବାଧ୍ୟ ହୋଇ ଆଜି ଏପରି ପଦକ୍ଷେପ ନେଇଛନ୍ତି। ମୁଖ୍ୟ ରାଜରାସ୍ତା ଟାୟାର ଜାଳି

ଅବରୋଧ କରିଥିବା ବେଳେ ତୀଵ୍ର ଅସନ୍ତୋଷ ଦେଖାଦେଇଥିଲା। ବାଲ୍ଟି, ଗରା ରଖି ବିପୁଳ ପରିମାଣର ମହିଳା ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିବା ଓ କୋଭିଡ ସମୟରେ ମହିଳାମାନେ ଘର ଅଗଣାରୁ ବାହାରି ରାଜରାସ୍ତା ଉପରେ ବିକ୍ଷୋଭ କରିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପାନୀୟ ଜଳ ରୀତିମତ ଯୋଗାଇ ଦେବା ପାଇଁ ନାରାବାଜି ଦେଇ ୱାର୍ଡ ନଂ୧ର ମହିଳା ଆଜି ଟିଟିଲାଗଡ଼ ବଲାଙ୍ଗିର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ବିକ୍ଷୋଭକାରୀ ମହିଳାମାନଙ୍କ କହିବା ଅନୁସାରେ ପିଏଚଡ଼ି ବିଭାଗ ପ୍ରତି ଛ ଦିନ ସାତ ଦିନରେ ଥରେ ପାଣି ଯୋଗାଇ ଦେଉଛନ୍ତି। ଆଉ ତାହା ପୁଣି ଲାଇଟ ଗଲେ ବନ୍ଦ୍। ଏମିତି ସ୍ଥଳେ ପାନୀୟ ଜଳ ଟିକକ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ଆଜି ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ।

ଟିଟିଲାଗଡ଼ ସହରର ୱାର୍ଡ ନଂ-୧ଓ ବିଭିନ୍ନ ୱାର୍ଡ ରେ ସାଧାରଣ ପିଏଚଡ଼ି ବିଭାଗ ତରଫରୁ ପ୍ରତି ସପ୍ତାହରେ ଥରେ ପାଣି ଯୋଗାଇ ଦିଆଯାଉଛି। ହେଲେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ତାହା ବି ଠିକ ଭାବରେ ପାନୀୟ ଜଳ ଅଞ୍ଚଳ ବାସୀଙ୍କୁ ମିଳୁନଥିବ ଅଭିଯୋଗ କରିଛନ୍ତି। ଏମିତି ପାଖରେ କୌଣସି ନଳକୂପ ନଥିବାରୁ ଦୀର୍ଘ ଏକ କିଲୋମିଟର ପର୍ୟ୍ୟନ୍ତ ସେମାନଙ୍କୁ ପାଣି ଆଣି ଯିବାକୁ ପଡୁଛି। ପାଣି ସମସ୍ୟା ନେଇ ଟିଟିଲାଗଡ଼ ମ୍ୟୁନସିପାଲିଟି, ଉପଜିଲ୍ଲାପାଳ ସମେତ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ବି ଅଭିଯୋଗ କରିଛନ୍ତି। ହେଲେ କିଛି ସୁଫଳ ମିଳିନାହିଁ ବୋଲି ବିକ୍ଷୋଭ କରି ପ୍ରକାଶ କରିଛନ୍ତି। ତେବେ ତାଙ୍କ ଦାବି ପୂରଣ ନହେବା ପର୍ୟ୍ୟନ୍ତ ସେମାନେ ରାସ୍ତା ଅବରୋଧ ଜାରି ରଖିବୁ ବୋଲି ଜିଦ କରି ଅବରୋଧ ରଖିଥିଲେ। ଶେଷରେ ପାନୀୟ ଜଳ ଯୋଗାଣ ସନ୍ଧ୍ୟା ୭ ଟା୩୦ ରେ ହେବା ପରେ ରାସ୍ତା ଅବରୋଧ ହଟିଥିଲା।

ବିଜୁଳି ଓ ପାନୀୟ ଜଳ ଯୋଗାଣ ର ସ୍ଥାୟୀ ସମାଧାନ କରିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.