Home କୋରାପୁଟ ବିଜୁବାବୁଙ୍କ  ୨୪ତମ ତିରୋଧାନ ଦିବସ ପାଳିତ

ବିଜୁବାବୁଙ୍କ  ୨୪ତମ ତିରୋଧାନ ଦିବସ ପାଳିତ

44

କୋରାପୁଟ ୧୭-୦୪(ଓଡିଆ ପୁଅ /ରଂଜନ ଦାସ)  ପୂର୍ବତନ ମୁଖ୍ୟମନ୍ତ୍ରୀ  ତଥା ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକଙ୍କ  ୨୪ତମ  ତିରୋଧାନ  ଦିବସ  କୋରାପୁଟ  ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ  ପାଳିତ ହୋଇଛି । ଜିଲ୍ଲା ବିଜେଡି ଉପ-ସଭାପତି  ଉତ୍କଳ ରଂଜନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସମାରୋହରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଯାନୀ,ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, ମହିଳା ବିଜାଡି ସଭାନେତ୍ରୀ ରୀତା ପାଣିଗ୍ରାହି,ବିଜେଡି ନେତା ତ୍ରିନାଥ ପାତିକା,ଅଶ୍ୱିନୀ ସାହୁ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇ  ବିଜୁ ବାବୁଙ୍କ ପ୍ରତିମୂର୍ତିରେ  ମାଲ୍ୟାର୍ପଣ କରିଥିଲେ ।ନଗର ସଭାପତି ସୁରେଶ ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜେଡି ନେତା ଜୟନ୍‌ତ କୁମାର ମିଶ୍ର ,ସିମାଞଳ ମିଶ୍ର ,ସନ୍ତୋଷ ପଣ୍ଡା ,ତ୍ରୀନାଥ ପାତିକା ଓ ଲଲାଟ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜୟପୁରରେ  ଡଃ.ଇନ୍ଦିରା ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ସମାରୋହରେ ରାଜା ପାଢି,ବାପି ପରିଡା,ହର ମିଶ୍ର,ରମା ମିଶ୍ର,ବିଷ୍ନୁ ପାତ୍ର,ବାଲା ରାୟ,ରବି ନନ୍ଦ,ଟୁକୁରୁ ଦାଶ,ତାପସ ପଣ୍ଡା, ରବି ଚୌଧରୀ ପ୍ରମୁଖ ଯୋଗ ଦେଇ ବିଜୁବାବୁଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରିବା ସହ ଆଧୁନିକ ଓଡିଶା ଗଠନରେ ବିଜୁବାବୁଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ ।  ସେହିପରି ପାଡୁଆଠାରେ ଜିଲ୍ଲା ବିଜେଡି ଉପସଭାପତି ଶଶି ପଟନାୟକଙ୍କ ଅଧ୍ୟକ୍ଷତାରେ ବିଜୁବାବୁଙ୍କ ୨୪ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି ।ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା ।କୋରାପୁଟ ଜିଲ୍ଲା ପରିଷଦ ଉପସଭାପତି ନାରସୁଲ କାମୁଡି ,ସୀମା ବେହେରା ,ଶେଖ ବାଜି ,ଲକ୍ଷ୍ମଣ ଖରା ,ଚଣ୍ଡାଳ କୁରେଶି ,ସୁରେଶ ପଟନାୟକଙ୍କ ସହ ଅନ୍ୟାନ୍ୟ ବିଜେଡି ନେତା ଓ କର୍ମି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.