Home ଓଡ଼ିଶା ବିଜୁବାବୁଙ୍କର ୨୪ତମ ଶ୍ରାଦ୍ଧବାର୍ଷିକରେ ରଣପୁରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବିଜୁବାବୁଙ୍କର ୨୪ତମ ଶ୍ରାଦ୍ଧବାର୍ଷିକରେ ରଣପୁରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

18

ଓଡିଆପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ);ମହାନ ଜନନାୟକ ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞଳି ପୂର୍ବକ ରଣପୁର ମହାବିଦ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଓଡିଶା ମୋ ପରିବାର,ଜୀବନବିନ୍ଦୁ,ରଣପୁର ତରଫରୁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏପ୍ରିଲ୍ ୧୭ ତାରିଖ ସକାଳ ୧୦ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଏହି ଶିବିର ଚାଲିଥିଲା ।

 

 

୧୧୫ଜଣ ରକ୍ତଦାନପାଇଁ ପଂଜିକୃତ କରିଥିଲେ ମଧ୍ୟ ୧୧୩ ଜଣ ରକ୍ତଦାନ କରିଥିଲେ । ଫଳରେ ୧୧୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଇଂଜିନିୟର ଦେବାଶିଷ ପଟ୍ଟନାୟକ ଓ ଚାନ୍ଦପୁର ଜିଲ୍ଲାପରିଷଦ ସଭ୍ୟ ବିଜୟ କେତନ ସାହୁ ଯୋଗଦେଇଥିଲେ । ରଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାୟ ଓ ଅଧ୍ୟାପକ ନରେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅନ୍ୟମାନେ ଉପସ୍ଥିତ ରହି ସହ ଯୋଗକରିଥିିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.