Home Top News ବାହୁଡ଼ିଲେ ମହାପ୍ରଭୁ, ଆଜି ସୁନାବେଶ

ବାହୁଡ଼ିଲେ ମହାପ୍ରଭୁ, ଆଜି ସୁନାବେଶ

196
ଫାଇଲ ଫଟୋ

ପୁରୀ ୨୧-୭ (ଓଡ଼ିଆ ପୁଅ) : ବାହୁଡ଼ିଲେ ମହାବାହୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ନଅଦିନର ଲୀଳା ସାରିଛନ୍ତି ମହାପ୍ରଭୁ। ଭକ୍ତି ରସରେ ଉନ୍ମାଦିତ ପରିବେଶ ମଧ୍ୟରେ, ବଳଭଦ୍ରଙ୍କର ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଭବ୍ୟ ଦେବଦଳନ, ପଛରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି। ଘଣ୍ଟଘଣ୍ଟା ନାଦରେ ପେରକମ୍ପିତ ହେଉଥିଲା ବଡ଼ଦାଣ୍ଡ। ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନି ସହ ରଥ ଚକାର ଘର୍‌ଘର୍‌ ଶବ୍ଦରେ କମ୍ପୁଥିଲା। ପ୍ରବଳ ବର୍ଷା ସତ୍ତ୍ବେ ତିନି ରଥରଥ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସିଂହଦ୍ବାରରେ ପହଞ୍ଚି ଯାଇଥିଲେ। ଗତବର୍ଷ ଭଳି ଏ ବର୍ଷ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ହୋଇଥିଲା ବାହୁଡ଼ାଯାତ୍ରା। ବିନାଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଥିଲା ରଥ। ଆଜି ହେବ ସୁନାବାଶ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.