Home ଜିଲ୍ଲା ପରିକ୍ରମା ବାସୁଦେବପୁର ପୌରପାଳିକା ଆମ ଶୌଚାଳୟ ଆଉ କାମ ଦେଉନି!

ବାସୁଦେବପୁର ପୌରପାଳିକା ଆମ ଶୌଚାଳୟ ଆଉ କାମ ଦେଉନି!

7

ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ସହରକୁ ଆସୁଥିବା ଲୋକମାନଙ୍କୁ ଶୌଚ ପାଇଁ ହଇରାଣ ହେବାକୁ ପଡିବନି। ବିନା ଦେୟରେ ଶୌଚାଳୟ (ମୁତ୍ର୍ରାଗାର)କୁ ବ୍ୟବହାର କରିପାରିବେ। ସେଥିପାଇଁ ପୌରପ୍ରଶାସନ ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମାର୍ଗରେ ନିର୍ମାଣ କରାଯାଇଥିଲା ଆମ ଶୌଚାଳୟ। ଆନୁଷ୍ଠାନିକ ଭାବେ ଶୌଚାଳୟ ଉଦଘାଟନ ବି’ ହେଲା। କିଛିଦିନ କାମରେ ଲାଗିଛିକି ନାହିଁ ଶୌଚାଳୟ ଜଖମ ହୋଇପଡିଛି। ପରିଶ୍ରାପାଇଁ ଉଦିଷ୍ଟ ସାମଗ୍ରୀ ଭାଙ୍ଗି ଗଲାଣି। ନିୟମିତ ସଫେଇ ହେଉନି। ସବୁ କୋଠରୀକୁ ପାଣି ସରବରାହ ହୋଇପାରୁନି। ଶୌଚାଳୟରେ ପାଇଖାନା ବ୍ୟବସ୍ଥାନଥିବାରୁ ଭିତରେ ଲୋକ ମଳତ୍ୟାଗ କରୁଛନ୍ତି। ଉପରକୁ ଅରଖ ନୂଆ ଦିଶୁଥିବା ଆମ ଶୌଚାଳୟ ଆଉ କାମ ଦେଉନି ବୋଲି କୁହାଯାଉଛି। ପୂର୍ବରୁ ଶିଶୁ ମନ୍ଦିର ମାର୍ଗର ପରିଶ୍ରାଗାର ନିର୍ମାଣ ହୋଇଥିଲା। ଅଧା ଖଣ୍ଡିଆହୋଇ ବର୍ଷବର୍ଷଧରି ପଡିରହିବା ପରେ ପୁଣି ତା’ଉପରେ ମରାମତି କାମ ଆରମ୍ଭ ହୋଇଥିଲା। ସେହି କାମ ବି’ ସମ୍ପୁର୍ଣ୍ଣ ହୋଇନପାରି ଦୀର୍ଘଦିନ ପଡିରହିଲା। ଜନସାଧାରଣଙ୍କ ପକ୍ଷରୁ ଅସନ୍ତୋଷ ବଢିବାପରେ ଶେଷରେ ଏହି ପରିଶ୍ରାଗାରକୁ କିଛି ଦୂରକୁ ସ୍ଥାନାନ୍ତର କରାଯାଇ ନୁଆକରି ନିର୍ମାଣ ହୋଇଥିଲା। ଆଉ ତାର ନାମ ରଖାଯାଇଥିଲା “ଆମ ଶୌଚାଳାୟ’। ପୁରୁଷ ଆଉ ମହିଳା ମାନଙ୍କ ପାଇଁ ପୃଥକ ପୃଥକ ଚାରିଟି କୋଠରୀ ନିର୍ମାଣ ହୋଇଛି। ଭିତରେ ଯାହାଥାଉ ଉପରକୁ ଖୁବ ଚକାଚକା ଦେଖାଯାଉଛି। ପୌରପ୍ରଶାସନ ପକ୍ଷରୁ ବହୁ ଆଡମ୍ବରପୂର୍ଣ୍ଣ ଭାବେ ଉଦଘାଟନ ବି’ ହୋଇଥିଲା। ଉଦଘାଟନ ପରେ କିଛିଦିନ ଜନସାଧାରଣଙ୍କ କାମରେ ଲାଗିଥିଲା ଶୌଚାଳୟ। ପୌର କର୍ମଚାରୀ ସଫେଇ କରୁଥିବା ନଜରକୁ ଆସିଥିଲା। ଏବେ ଶୌଚାଳୟର ଅବସ୍ଥା ସଂଗୀନ ହେଲାଣି। ନିୟମିତ ସଫେଇ ହେଉନିକି। ଶୌଚାଳୟ ଭିତରେ କେତେକ ସାମଗ୍ରୀ ଭାଙ୍ଗି ଗଲାଣି। ଅବସ୍ଥା ଏମିତି, ଭିତରକୁ ଶୌଚପାଇଁ ଜିବାକୁ ଲୋକ ନାପନ୍ଦ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଶୌଚାଳୟ କାମରେ ଆସୁନଥିବାରୁ ଜନସାଧାରଣ କ୍ଷୋଭ କରୁଛନ୍ତି। ବିଶେଷକରି ଶୌଚାଳୟରେ ଚାରିଟି କୋଠରୀ ହୋଇଛି, ପାଇଖାନା ବ୍ୟବସ୍ଥା ନାହିଁ। ତା’ଛଡା ଦାଇତ୍ୱରେଥିବା କର୍ମଚାରୀଙ୍କ ତଦାରଖ ଅଭାବରୁ ବ୍ୟବହାର ଅନୁପଯୋଗୀ ହୋଇପଡୁଥିବା ବ୍ୟବସାୟୀ ପର୍ଶୁରାମ ବିଶ୍ୱାଳ, ନିରଞ୍ଜନ ବାରିକ, ନିତ୍ୟାନନ୍ଦ ଷଢଙ୍ଗୀ ପ୍ରମୁଖ ପ୍ରକାଶ କରିଛନ୍ତି। ପୌରପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.