Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଆନ୍ତର୍ଜାତିକ ବୟସ୍କ ଜନ ଦିବସ

ବାଲେଶ୍ୱରରେ ଆନ୍ତର୍ଜାତିକ ବୟସ୍କ ଜନ ଦିବସ

61

ବାଲେଶ୍ୱର, ୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୨୯ତମ ‘ଆନ୍ତର୍ଜାତିକ ବୟସ୍କ ଜନ ଦିବସ’ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ବେହେରା ଆନ୍ତର୍ଜାତିକ ସ୍ତରରେ ବୟସ୍କ ଜନଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ବିଶଦ ଆଲୋଚନା କରିଥିଲେ। ବୟସ୍କ ବ୍ୟକ୍ତିଙ୍କ ଅଭିଜ୍ଞତା ସମାଜର ସମସ୍ତ ବିକାଶରେ ସହାୟକ ହେଉଛି ବୋଲି ଶ୍ରୀ ବେହେରା କହିଥିଲେ। ଗିରୀଶ ଚନ୍ଦ୍ର ଦାଶ, ଭଗବାନ ଚନ୍ଦ୍ର ରାଉତ, ଅଧ୍ୟାପକ ଡଃ- ପଦ୍ମଲୋଚନ ପାତ୍ର, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଦେବବ୍ରତ ପାଣିଗ୍ରାହୀ, ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ସଂପାଦକ ନିରଞ୍ଜନ ପରିଡ଼ା ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥା ଓ କରୋନା ସଂକ୍ରମଣରେ ଥିବା ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ୟାଗୁଡ଼ିକ ସମାଧାନ ପାଇଁ ସେମାନେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ମଧୁସୂଦନ ଜେନା ଏକ ସଂଗୀତ ଗାନ କରି ଉପସ୍ଥିତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅକ୍ଷୟ କୁମାର ତ୍ରିପାଠୀ ଗତ ଏକବର୍ଷର ଅଡିଟ୍ ରିପୋର୍ଟ ପାଠ କରିବା ପରେ ଏହା ଗୃହୀତ ହୋଇଥିଲା। ନୂତନ ସଂକ୍ରାମକ ରୋଗ ଆଇନରେ ଦଣ୍ଡବିଧାନ ପୂର୍ବରୁ ଆଇନ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କୁ ମଞ୍ଚ ତରଫରୁ ନିବେଦନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜରା ରୋଗରେ କିମ୍ବା କରୋନାରେ ପୀଡ଼ିତ ସଦସ୍ୟମାନଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ବାସନ୍ତି କର କରୋନାର ଭୟାବହତା ଉପରେ ନିଜସ୍ୱ କବିତା ପାଠ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମନୋରଂଜନ ପାଲ, ଯଶୋଦା ନନ୍ଦନ ଆସ, ଶ୍ୟାମସୁନ୍ଦର ଜେନା, ପ୍ରସନ୍ନ ପାଢ଼ୀ, ଦେବେନ୍ଦ୍ର ନାଥ ବେହେରା ଓ ଲକ୍ଷ୍ମୀନାରାୟଣ ଘୋଷ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.