Home Top News ବାଲୁକାକୃତି ମାଧ୍ୟମରେ ଦ୍ରୋପଦୀ ମୁର୍ମୁଙ୍କୁ ଶୁଭକାମନା

ବାଲୁକାକୃତି ମାଧ୍ୟମରେ ଦ୍ରୋପଦୀ ମୁର୍ମୁଙ୍କୁ ଶୁଭକାମନା

48

ପୁରୀ ୨୩-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୋପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଓଡିଶାରୁ ପ୍ରଥମ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚନରେ ସାମିଲ ହୋଇଛନ୍ତି। ସେ ଓଡିଶାର ଗର୍ବ ଆଉ ଗୌରବ। ସେ ଓଡିଶାର ଝିଅ ହୋଇଥିବାରୁ ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ସମର୍ଥନ କରିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନିଜେ ଦ୍ରୋପଦୀ ମୁର୍ମୁ ମଧ୍ୟ ଅପିଲ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଆଗୁଆ ଜେଡ ପ୍ଲସ ସିକ୍ୟୁରିଟି ଯୋଗାଇ ଦିଆଯାଇଛି। ସାରା ଦେଶରୁ ସମର୍ଥନ ମିଳୁଛି। ସେପଟେ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜର ବାଲୁକାକୃତି ମାଧ୍ୟମରେ ଦ୍ରୋପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି। ବାଲୁକାକୃତିରେ ଶ୍ରୀମତୀ ମୁର୍ମୁଙ୍କ ପ୍ରୋଟ୍ରେଟ୍ ସହିତ ମେରା ଭାରତ ମହାନର ସନ୍ଦେଶ ଦେଇଛନ୍ତି। ଓଡିଶାର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଦ୍ରୋପଦୀ ମୁର୍ମୁଙ୍କୁ ଦେଶର ପ୍ରଥମ ନାଗରିକ ଭାବେ ନିର୍ବାଚିତ କରିବାକୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସୁଦର୍ଶନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.