Home କେନ୍ଦୁଝର ବାଲି ଟ୍ରକ ଚଳାଚଳ ଯୋଗୁଁ ଚଷାଖଣ୍ଡ ଗେଡମା ରାସ୍ତା ବିପର୍ଯ୍ୟସ୍ତ

ବାଲି ଟ୍ରକ ଚଳାଚଳ ଯୋଗୁଁ ଚଷାଖଣ୍ଡ ଗେଡମା ରାସ୍ତା ବିପର୍ଯ୍ୟସ୍ତ

94

ହାଟଡ଼ିହି-୨୧/୯, (ଓଡିଆପୁଅ/ବିକାଶ ବିଶ୍ୱାଳ) ବାଲି ଟ୍ରକ ଚଳାଚଳ କରିବାଯୋଗୁଁ ଚଷାଖଣ୍ଡ-ଗେଡମା ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଛି । ଏହି ରାସ୍ତାଟି ଉପରେ ଚଷାଖଣ୍ଡ, ସାହାପୁର, ଜଳସରପୁର, ଗେଡମା, ରତକଣା, ଆଇତିପୁର, ରାଘବପୁର ଆଦି ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଗତ ୫ବର୍ଷ ପୁର୍ବେ ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାମ କରାଯାଇ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ଗତ କିଛିବର୍ଷ ହେଲା ଏହି ରାସ୍ତାଦେଇ ଶହଶହ ବାଲି ଟ୍ରକ ଚଳାଚଳ କରିବା ଯୋଗୁଁ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇ ଉଠିଛି । ଯାହାଦ୍ୱାରାକି ସାଧାରଣ ଲୋକଟିଏ ବାଇକ କିମ୍ବା ସାଇକେଲଟିଏ ଧରି ଯାତାୟତ କରିବା ସମ୍ବପର ହେଉ ନାହିଁ । ଅନେକ ସମୟରେ ଚାରି ଚକିଆ ଗାଡି ଗୁଡିକ ବାଟରେ ଲାଖି ରହୁଥିବା ଦେଖିବାକୁ ମିଳିଛି । ବାଲି ଚଳାଚଳ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ନଥିବାରୁ ଗାଁ ଗହଳିର ରାସ୍ତା ଗୁଡିକ ମଧ୍ୟ ବାଲି ଟ୍ରକ ଯୋଗୁଁ ନଷ୍ଟ ହୋଇ ଯାଉଛି । ଆରଡି ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.