Home ଜିଲ୍ଲା ପରିକ୍ରମା ବାଲିପୋଖରୀ ଶୁକଦେବ ଜେନା ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ

ବାଲିପୋଖରୀ ଶୁକଦେବ ଜେନା ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ

70

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ ଶୁକଦେବଜେନା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣର୍ ଜୟନ୍ତୀ ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ମୁଖ୍ୟଅତିଥି ସୂର୍ଯ୍ୟମଣି ରାଉତ ଉତ୍ସବ ଉଦଘାଟନ କରିଥିଲେ। ସୁବର୍ଣ୍ଣଜୟନ୍ତୀ ସମାରୋହ କମିଟି ସଭାପତି ଡଃ ସୁଧିର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସମାରୋହ କମିଟି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ, କୋଷାଧ୍ୟକ୍ଷ ସଞ୍ଜିବ ପରିଡା, ପ୍ରଧାନଶିକ୍ଷକ ଭଗବାନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ୧୯୬୭ ମସିହା ଆରମ୍ଭଦିନର କ୍ଳିଷ୍ଟ ବିବରଣୀ ଦେବା ସହ ସ୍ୱର୍ଗତ ଶୁକଦେବ ଜେନା ଓ ସହଯୋଗୀ ସ୍ୱର୍ଗତ ବ୍ରଜକିଶୋର ପରିଡା, ସୁଦର୍ଶନ ଦାଶ, ନବକିଶୋର ପରିଡା, ମୁଷେଇ ରାଉତ, ଅନିରୁଦ୍ଧ ଦାଶ, ବୀରଭଦ୍ର ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଶ୍ୟାମସୁନ୍ଦର ରଣା, ସନାତନ ବେହେରାଙ୍କ ସମେତ ପରିଣତ ବୟସରେ ଉପନୀତ ହୋଇଥିବା ଦେବେନ୍ଦ୍ର ପଣ୍ଡାଙ୍କ ବଳିଷ୍ଠ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଦ୍ୟାଳୟ ପ୍ରତିଷ୍ଠାତା ଶୁକଦେବ ଜେନା, ବ୍ରଜକିଶୋର ପରିଡା ଓ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ ଅନାବରଣ କରାଯାଇଥିଲା। ଏହା ସହ ସମାରୋହ ପାଳନ ଉପଦେଷ୍ଟା ଯୁଧିଷ୍ଠିର ପରିଡା, ରାମଚନ୍ଦ୍ର ତ୍ରିପାଠୀ, ଲକ୍ଷ୍ମଣ ତ୍ରିପାଠୀ, କେଳୁଚରଣ ସାହୁ, ଅଲେଖ ଘଡାଇ, ସରପଞ୍ଚ ଅକ୍ଷୟ କୁମାର ତ୍ରିପାଠୀଙ୍କ ସମେତ ପୂର୍ବତନ ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ରାଉତ, ମାଗୁଣି ଚରଣ ନାୟକ, ଗିରିଶ ବିହାରୀ ମିଶ୍ର, ଅର୍ଜ୍ଜୁନ ଚରଣ ସାହୁ, ଶ୍ରୀନିବାସ ମିଶ୍ର, ନିର୍ମଳ କୁମାର ବେହେରା, ରଘୁନାଥ ବେହେରା, ରବିନ୍ଦ୍ର କୁମାର ମିଶ୍ର, ବିଶ୍ୱନାଥ ଲେଙ୍କା, ମୁରଲିଧର ମହାନ୍ତି, ଗୋଲ ମହାନ୍ତି, ନିଳମଣୀ ଜେନା, ଗୋଲକ ମଲ୍ଲିକଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ। ସମାରୋହ କମିଟିର ସଦସ୍ୟମାନେ ଉତ୍ସବ ପରିଚାଳନା କରିଥିଲେ। ମଧ୍ୟାନ୍ନରେ ଭଜନ ପରିବଷେଣ କରାଯିବା ସହ ବନ୍ଧୁମିଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.